କୋଣାର୍କରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) : ପବିତ୍ର ଗାନ୍ଧୀଜୀ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ତୃଣମୂଳସ୍ତରରେ ଜନସାଧାରଣ ମାନଙ୍କ ସହିତ ସୁସମ୍ପର୍କ ପ୍ରତିଷ୍ଠା କରିବା ପାଇଁ ବିଶ୍ବ ପ୍ରସିଦ୍ଧ କୋଣାର୍କର ପୁରାଣ ପ୍ରସିଦ୍ଧ ଚନ୍ଦ୍ରଭାଗା ଠାରେ କୋଣାର୍କ ନଗର ବିଜେଡି ପକ୍ଷରୁ ଜନସଂପର୍କ ପଦଯାତ୍ରା ଶୁଭାରମ୍ଭ ହୋଇଛି। ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକ ଚନ୍ଦ୍ରଭାଗା ସ୍ଥିତ ବିଜୁପଟ୍ଟନାୟକ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ସହିତ ମହାପୁରୁଷ ଗାନ୍ଧୀଜୀ, ଶାସ୍ତ୍ରୀଜୀଙ୍କ ସହ ପ୍ରବାଦପୁରୁଷ ବିଜୁବାବୁଙ୍କ ଦେଶ ପ୍ରତି ଅମ୍ଲାନ ଅବଦାନ ପାଇଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । କରୋନା କଟକଣା ମଧ୍ୟରେ କୋଣାର୍କ ନଗର ବିଜେଡି କାର୍ଯ୍ୟାଳୟ ଠାରେ ମହାପୁରୁଷ ଗାନ୍ଧୀଜୀ, ଶାସ୍ତ୍ରୀଜୀ ଓ ପ୍ରବାଦପୁରୁଷ ବିଜୁବାବୁଙ୍କ ନୀତି ଓ ଆଦର୍ଶକୁ ପାଥେୟ କରି ଯୁବ ସମାଜ ଏକ ବିକଶିତ ସମାଜ ଗଠନ ନିମନ୍ତେ ବର୍ତି ହେବାକୁ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକ ମତବ୍ୟକ୍ତ କରିଥିଲେ। କୋଣାର୍କ ନଗର ବିଜେଡି ସଭାପତି ଗୋପାଳ ଚନ୍ଦ୍ର ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଜନସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମ ରେ କୋଣାର୍କ ଏନ ଏସି ପୂର୍ବତନ ଅଧ୍ୟକ୍ଷା ଭାନୁମତୀ ରାଉତରାୟ, ରାଜ୍ୟ ବିଜେଡି ମହିଳା ସଂପାଦିକା ପୁଷ୍ପାରାଣୀ ସ୍ବାଇଁ, କୋଣାର୍କ ନଗର ବିଜେଡି କୋଷାଧ୍ୟକ୍ଷ ପଦ୍ମ ଚରଣ ବେଉରା, ବରିଷ୍ଠ ନେତା ବିନାଯକ ବଡଜେନା, ପୁରୀ ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ରାଜକିଶୋର ମହାପାତ୍ର, ଯୁବନେତା ସୁଶାନ୍ତ କୁମାର ବେଉରା, କୋଣାର୍କ ଯୁବ ବିଜେଡ଼ି ସଭାପତି ଶତ୍ରୁଜିତ ନାୟକ, ଚନ୍ଦ୍ରଭାଗା ବଜାର କମିଟି ସଭାପତି ଭାସ୍କର ବେହେରା, ପ୍ରଶାନ୍ତ କୁମାର ସାହୁ, ସୁରେଶ କୁମାର ରାଉତରାୟ ଓ ବିଜୟ କୁମାର ରାଉତରାୟ ପ୍ରମୁଖ ଯୋଗଦେଇ ଗାନ୍ଧୀଜୀ, ଶାସ୍ତ୍ରୀଜୀ ଓ ପ୍ରବାଦପୁରୁଷ ବିଜୁବାବୁଙ୍କ ପ୍ରତି ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।