ଟ୍ରମ୍ପଙ୍କ ଟାରିଫ ବୋମା :କମିଲା ଚିଙ୍ଗୁଡ଼ି ଦର

କାକଟପୁର /ଅସ୍ତରଙ୍ଗ :(ଶୁଭାଶିଷ ଖଣ୍ଡୁଆଳ ):-ସପ୍ତାହ ତଳେ ଚିଙ୍ଗୁଡ଼ି କେଜି ପ୍ରତି ୪ଶହ ଟଙ୍କାରେ ମିଳୁଥିଲା। ବର୍ତମାନ ଏହାର ଦର ଅନେକ ସ୍ଥାନରେ କମି ଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ ଭାରତ ଉପରେ ୫୦ପ୍ରତିଶତ ଟାରିଫ (ଶୁଳ୍କ )ଲଗାଇବା ପରେ ଏହାର ପ୍ରଭାବ ଚିଙ୍ଗୁଡ଼ି ରପ୍ତାନି ଉପରେ ପଡିଛି।ପୁରୀ ଜିଲ୍ଲା ଅସ୍ତରଙ୍ଗ ଉପକୂଳ ବର୍ତ୍ତୀ ନଦୀ ଓ ସମୁଦ୍ର କୂଳରେ ଯେଉଁ ଚିଙ୍ଗୁଡ଼ି ଚାଷ ହେଉଛି ତାହାର ରପ୍ତାନି ଉପରେ ପ୍ରଭାବ ପଡିବ। କାରଣ ଚିଙ୍ଗୁଡ଼ି ବିକ୍ରି କ୍ଷେତ୍ରରେ ବିଶ୍ୱରେ ସୁପର ମାର୍କେଟ ହେଉଛି ଆମେରିକା। ଓଡିଶା ସମେତ ସାରା ଦେଶର ଚିଙ୍ଗୁଡ଼ି ବ୍ୟବସାୟୀ ବର୍ଷକୁ ୨୫ହଜାର କୋଟି ଟଙ୍କାର ଚିଙ୍ଗୁଡ଼ି ବ୍ୟବସାୟ କରନ୍ତି। ଏବେ ଭାରତ ଉପରେ କ୍ରୋଧିତ ହୋଇ ଟ୍ରମ୍ପ ଚିଙ୍ଗୁଡ଼ି ବ୍ୟବସାୟ ଉପରେ ୫୦%ଟିକସ ଲାଗୁ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଯେଉଁ ଚିଙ୍ଗୁଡ଼ି ପୂର୍ବରୁ ୨୦ଗ୍ରାମ ଓଜନର ଚିଙ୍ଗୁଡ଼ି କିଲୋ ୩ଶହ ଟଙ୍କା ଥିବା ବେଳେ ଏବେ ସ୍ଥାନୀୟ ବଜାର ରେ ୨୮୦ଟଙ୍କା ରହିଛି। ସେହିଭଳି ୩୦ଗ୍ରାମ ଓଜନର ଚିଙ୍ଗୁଡ଼ି କିଲୋ ୩୫୦ଟଙ୍କା ଥିବା ବେଳେ ଏହାକୁ ୩୨୦କୁ ଖସାଇ ଦେଇଛନ୍ତି। ମୋଟ ଉପରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବଜାର ରେ ଚିଙ୍ଗୁଡ଼ି ମୂଲ୍ୟ କିଲୋ ପ୍ରତି ୨୦ରୁ ୩୦ଟଙ୍କା ଖସି ଯାଇଛି।  ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆମେରିକା କୁ ଭିଏତନାମ, ଜାପାନ, ଚୀନ, ହକଂ, ଇଣ୍ଡୋନେସିଆ ଆଦି ଦେଶରୁ ଯେଉଁ ଚିଙ୍ଗୁଡ଼ି ରପ୍ତାନି ହୁଏ ତାହା ଉପରେ ଟିକସ କେଉଁଠି ୫ରୁ ୧୫ପ୍ରତିଶତ ପର୍ଯ୍ୟନ୍ତ ଲାଗୁଥିବା ବେଳେ କେବଳ ଭାରତ ପାଈଁ ଏହା ୫୦ପ୍ରତିଶତ ଟାରିଫ ହୋଇଛି। ଓଡିଶା ଚାଷୀ ଭିଏତନାମ କୁ ଚିଙ୍ଗୁଡ଼ି ରପ୍ତାନି କଲେ ଭିଏତନାମ ମଧ୍ୟ ସେହି ଆମେରିକା ସୁପରମାର୍କେଟ କୁ ଓଡିଶା ଚିଙ୍ଗୁଡ଼ି ପଠାଇବ। କିନ୍ତୁ ଓଡିଶାରୁ ଭିଏତନାମ ଏବଂ ସେଠାରୁ ଆମେରିକା ଟାରିଫ ପରେ ଟାରିଫ ଲାଗି ପହଁଚିଲା ବେଳକୁ ଏହା ମଧ୍ୟ ମହଙ୍ଗା ହେବ। ଅନ୍ୟ ପକ୍ଷରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଞ୍ଚଳରେ ଦେବୀ ନଦୀ ଓ ସମୁଦ୍ର ଜୁଆର ଆସୁଥିବା ସ୍ଥାନରେ ଧାନ ଚାଷ ବନ୍ଦ କରି କିଛି ବର୍ଷ ହେଲା ଚିଙ୍ଗୁଡ଼ି ଚାଷ କରୁଥିବା ସ୍ଥାନୀୟ ଲୋକେ ଏବେ କ୍ଷତିରେ ପଡିବେ। ବିଶେଷ କରି ଅସ୍ତରଙ୍ଗ ଅଞ୍ଚଳର ସହନ, ସୁଦିକେଶର, ବଳଭଦ୍ରପୁର, ଛୁରିଆନା, ନୂଆଗଡ, ଅସ୍ତରଙ୍ଗ, ନଗର, ଶିଶୁଅ ଆଦି ଅଂଚଳରେ ଚିଙ୍ଗୁଡ଼ି ଚାଷ ଏବେ ପ୍ରଭାବିତ ହେବ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ