କୋଣାର୍କରେ ବିଜେପି ଯୁବମୋର୍ଚ୍ଚା କର୍ମକର୍ତ୍ତାଙ୍କ ସାଂଗଠନିକ ବୈଠକ
କୋଣାର୍କ, (ଗଣେଶ ବେହେରା): କୋଣାର୍କ ସ୍ଥିତ ଭଗବତୀ ପୀଠରେ କୋଭିଡି କଟକଣା ପାଳନ କରଯାଇ କାକଟପୁର ନିର୍ବାଚନମଣ୍ଡଳୀ ସ୍ତରୀୟ ବିଜେପି ଯୁବମୋର୍ଚ୍ଚା କର୍ମକର୍ତ୍ତା ମାନଙ୍କ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି।ବାଲିକପିଳେଶ୍ବର ମଣ୍ଡଳ ବିଜେପି ଯୁବମୋର୍ଚ୍ଚା ସଭାପତି ବାବନ ଚନ୍ଦ୍ର ନାୟକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ଅତିଥିଭାବେ କାକଟପୁରର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେପି ନେତା ରବି ମଲ୍ଲିକ ଯୋଗଦେଇ ଆସନ୍ତା ପଂଚାୟତ ଓ ପୌର ନିର୍ବାଚନ ପାଇଁ ଦଳୀୟ ସଂଗଠନ କୁ ତୃଣମୂଳସ୍ତରରେ ମଜବୁତ କରିବା ପାଇଁ ଯୁବମୋର୍ଚ୍ଚାର କର୍ମକର୍ତ୍ତା ମାନେ ଆଗେଇ ଆସିବା ସହ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଙ୍କ ବିକାଶ ମୂଳକ କାର୍ଯ୍ୟକ୍ରମ କିଭଳି ଭାବେ ତୃଣମୂଳସ୍ତରରେ ପହଞ୍ଚି ପାରିବ ସେଥିପାଇଁ ସାମଗ୍ରିକ ଉଦ୍ୟମ ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ। ଏହି ବୈଠକରେ ବନାଖଣ୍ଡି ବିଜେପି ସଭାପତି ବିଜୟ କୁମାର ସ୍ବାଇଁ, ବାଲିକପିଳେଶ୍ବର ମଣ୍ଡଳ ଯୁବମୋର୍ଚ୍ଚା ଉପସଭାପତି ନିରଂଜନ ସ୍ବାଇଁ, ଅସ୍ତରଙ୍ଗ ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ଅର୍ଜୁନ ମଲ୍ଲିକ, ନୂଆଗଡ଼ ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ମନୋଜ ନାୟକ, କାକଟପୁର ମଣ୍ଡଳ ସଭାପତି ସୋମନାଥ ବେହେରା, ବାଲିଦୋକାନ ଯୁବମୋର୍ଚ୍ଚା ସଭାପତି ପ୍ରାର୍ଥ ବେହେରା, ନୂଆହାଟ ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ସିଲୁ ରାଉତ, କୋଣାର୍କ ଯୁବମୋର୍ଚ୍ଚା ସଭାପତି ତ୍ରିଲୋଚନ ରଥ ଓ ଲତାହରଣ ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ଦୁଷ୍ମନ୍ତ ସ୍ବାଇଁ ପ୍ରମୁଖ ଯୋଗଦେଇ ତୃଣମୂଳସ୍ତରରେ ସଂଗଠନ କୁ ମଜବୁତ କରିବା ପାଇଁ ଶପଥପାଠ କରିଥିଲେ ।


