ବ୍ଲକ ପ୍ରଶାସନରେ ଦାୟୀତ୍ୱ ଅଦଳବଦଳ
ବନ୍ତ (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ପ୍ରଶାସନରେ ଦାୟୀତ୍ୱର ସାମାନ୍ୟ ଅଦଳବଦଳ ହୋଇଥିବା ଜଣାଯାଇଛି । ବ୍ଲକର ସାମାଜିକ ସୁରକ୍ଷା ଅଧିକାରୀ ପଦବୀ ଖାଲି ଥିବାରୁ ଜିଲାପାଳଙ୍କ ଚିଠି ନଂ-୧୨୧୮/ତା-୧୩-୮-୨୧ ରିଖ ଅନୁଯାୟୀ ଜଣେ ସଂପ୍ରସାରଣ ଅଧିକାରୀଙ୍କୁ ଦାୟୀତ୍ୱ ଦେବା ପାଇଁ ନିର୍ଦ୍ଦେଶ ହୋଇଥିଲା । ଏଥିସହିତ ବ୍ଲକରେ ଦୀର୍ଘ ଦିନ ହେବ ଏକାଉଣ୍ଟସ୍ ଅଫିସର ପଦବୀ ଖାଲି ଥିବା ବେଳେ ଯଦୁନାଥ ଦାସ ଏକାଉଣ୍ଟସ୍ ଅଫିସର ଭାବେ ଯୋଗ ଦେବା ପରେ ବିଡିଓ ଅଙ୍କିତା ବାରିକ ବ୍ଲକର ପ୍ରଶାସନିକ ସ୍ତରରେ ସାମାନ୍ୟ ଅଦଳବଦଳ କରିଛନ୍ତି । ପଞ୍ଚାୟତ ସମିତି ଆଦେଶନାମା ସଂଖ୍ୟା-୨୨୨୭/ତା-୧୯-୮-୨୧ରିଖ ଅନୁଯାୟୀ ଏବିଡିଓ ନିଶିକାନ୍ତ ଖୁଣ୍ଟିଆଙ୍କୁ ନିଜ ବିଭାଗ ସହିତ ଜିପିଇଓ ସେକ୍ସନ ଦାୟୀତ୍ୱ ନେବାକୁ ନିର୍ଦ୍ଦେଶ ହୋଇଛି । ଜିପିଇଓ ଦାୟୀତ୍ୱରେ ଥିବା ପିଏ ଜମାଦାର ମୁଣ୍ଡାଙ୍କୁ ତାଙ୍କ ନିଜ ବିଭାଗ ସହିତ ବିଏସଏସଓ ଦାୟୀତ୍ୱ ନେବାକୁ ନିର୍ଦ୍ଦେଶ ହୋଇଛି ।


