କୋଣାର୍କରେ ସୂର୍ଯ୍ୟ ପୂଜା ପାଇଁ ସୂର୍ଯ୍ୟ ମନ୍ଦିର ପୁନଃନିର୍ମାଣ ମହାସଂଘର ଦାବି

କୋଣାର୍କ, (ଗଣେଷ ବେହେରା):ବିଶ୍ବ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ସୂର୍ଯ୍ୟ ନାରାୟଣ ଙ୍କ ପୂଜାର୍ଚ୍ଚନା ପାଇଁ ଏକ ସାମ୍ବାଦିକ ସମ୍ମିଳନୀରେ ସୂର୍ଯ୍ୟ ମନ୍ଦିର ପୁନଃ ନିର୍ମାଣ ମହାସଂଘ ପକ୍ଷରୁ ଦାବି କରାଯାଇଛି। ମଙ୍ଗଳବାର ଅପରାହ୍ନ ୪ଘଟିକା ସମୟରେ ସୂର୍ଯ୍ୟ ମନ୍ଦିର ପୁନଃ ନିର୍ମାଣ ମହାସଂଘର ମହାସଚିବ ମୁକେଶ ଜୈନଙ୍କ ସଭାପତିତ୍ବରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବି ଡଃ ଏପି ସିଂ, ସୁପ୍ରିମକୋର୍ଟ ଆଇନୀଜୀବୀ ହୃଦୟ ନାରାୟଣ ସିଂ ଓ ଯୁଧିଷ୍ଠିର ସ୍ବାଇଁ ପ୍ରମୁଖ ଯୋଗଦେଇ ଗତ ୧୨୦ଧରି କୋଣାର୍କ ସୂର୍ଯ୍ୟ ମନ୍ଦିରରେ ବନ୍ଦ ହୋଇଥିବା ସୂର୍ଯ୍ୟ ନାରାୟଣଙ୍କ ପୁନଃ ପୂଜାର୍ଚ୍ଚନା, ଭବ୍ଯ ସୂର୍ଯ୍ୟ ମନ୍ଦିର ନିର୍ମାଣ କରିବା ପାଇଁ ମହାସଂଘ ପକ୍ଷରୁ ଭାରତ ସରକାରଙ୍କ ସଂସ୍କୃତି ବିଭାଗ ମନ୍ତ୍ରୀ, କେନ୍ଦ୍ର ସଂସ୍କୃତି ସଚିବ, ଭାରତୀୟ ପତ୍ନତତ୍ବ ସର୍ବେକ୍ଷଣ ସଂସ୍ଥା ଆଦି ଙ୍କୁ ଗତ ୨୦୧୯ସମିହାରେ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ମାତ୍ର ଏନେଇ ଭାରତ ସରକାରଙ୍କ ସଂସ୍କୃତି ବିଭାଗ ଓ ଏଏସଆଇ କତୃପକ୍ଷ ମାନଙ୍କ ଦ୍ଵାରା କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ସୂର୍ଯ୍ୟ ମନ୍ଦିର ପୁନଃ ନିର୍ମାଣ ମହାସଂଘର ମହାସଚିବ ମୁକେଶ ଜୈନ ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। କୋଣାର୍କ ସୂର୍ଯ୍ୟ ମନ୍ଦିର କୁ ରାଜା ନରସିଂହ ଦେବ ନିଜ ମାଆଙ୍କ ସୂର୍ଯ୍ୟ ପୂଜା ପାଇଁ ନିର୍ମାଣ କରିଥିଲେ। ମାତ୍ର କେନ୍ଦ୍ର ସରକାରଙ୍କ ଏଏସଆଇ କତୃପକ୍ଷ ଏହି ଐତିହାସିକ ସୂର୍ଯ୍ୟ ମନ୍ଦିର ଦାୟିତ୍ବ ନେବା ପରେ ଏହାକୁ ପୂଜାର୍ଚ୍ଚନା ସ୍ଥଳୀ ଭାବେ ବିବେଚନା ନ କରି ମନ୍ଯୁମେଣ୍ଟ ଭାବେ ବିବେଚନା କରି ଆସୁଛି। ଯାହାକି ସୂର୍ଯ୍ୟ ଉପାସନାର ମହାନ ସଂସ୍କୃତି ପ୍ରତି କୁଠାରଘାତ ସଦୃଶ ବୋଲି ମହାସଂଘ ପକ୍ଷରୁ ଦାବି କରାଯାଇଛି। କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ପୁନଃ ଭଗବାନ ସୂର୍ଯ୍ୟ ନାରାୟଣଙ୍କ ପୂଜାର୍ଚ୍ଚନା ପ୍ରଚଳନ କରିବା ପାଇଁ ଭାରତବର୍ଷର ସର୍ବୋଚ୍ଚ ନ୍ୟାୟାଳୟରେ ଏକ ଜନସ୍ବାର୍ଥ ମାମଲା ଦାୟର କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂର୍ଯ୍ୟ ମନ୍ଦିର ପୁନଃ ନିର୍ମାଣ ମହାସଂଘର ଆଇନ ଉପଦେଷ୍ଟା ନ୍ଯାୟାଳୟର ବରିଷ୍ଠ ଆଇନଜୀବୀ ଡଃ ଏପି ସିଂ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ