କୋଣାର୍କରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କରେ ୭୪ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଖବରରୁ ପ୍ରକାଶ ଯେ କୋଣାର୍କ ଏନଏସିରେ ଅଧ୍ୟକ୍ଷା ସୁଶ୍ରୀ ସଂଯୁକ୍ତା ତ୍ରିପାଠୀ, କୋଣାର୍କ ଥାନା ଠାରେ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକ, କୋଣାର୍କ ପୂର୍ତ୍ତବିଭାଗ କାର୍ଯ୍ୟାଳୟ ଠାରେ କନିଷ୍ଠ ଯନ୍ତ୍ରୀ ଦିଲ୍ଲୀପ କୁମାର ବିଶ୍ବାଳ, କୋଣାର୍କ ବନବିଭାଗ କାର୍ଯ୍ୟାଳୟ ଠାରେ ବନାଚଂଳ ଅଧିକାରୀ ବେଣୁଧର ବେହେରା, କୋଣାର୍କ ଆବାସିକ ସେବାଶ୍ରମ ସ୍କୁଲ ଠାରେ ପ୍ରଧାନଶିକ୍ଷକ ବିଜୟ କୁମାର ରଥ, ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ପ୍ରଧାନଶିକ୍ଷକ ପ୍ରଦୀପ୍ତ କୁମାର ପଣ୍ଡା,ଅନସରା ରୁଦ୍ରଣୀ ଉଚ୍ଚ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ହିମାଂଶୁ ଶେଖର ବରାଳ, କୋଣାର୍କ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ କାର୍ଯ୍ୟାଳୟ ଠାରେ କନିଷ୍ଠ ଯନ୍ତ୍ରୀ ଗୋପ ବଲ୍ଲଭ ପାଣିଗ୍ରାହୀ, କୋଣାର୍କ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ଠାରେ କନିଷ୍ଠ ଯନ୍ତ୍ରୀ, କୋଣାର୍କ ଭଗବତୀ ମହାବିଦ୍ୟାଳୟ ଠାରେ ଅଧ୍ଯକ୍ଷ ଅବତାର ମିଶ୍ର, ଜବାହାର ନବୋଦୟ ବିଦ୍ୟାଳୟ ଠାରେ ଅଧ୍ଯକ୍ଷ ନୃସିଂହ ଚରଣ କର, କୋଣାର୍କ ପର୍ଯ୍ୟଟନ କାର୍ଯ୍ୟାଳୟ ଠାରେ ପର୍ଯ୍ୟଟନ ଅଧିକାରୀ ଅମିୟ କୁମାର ସେଠୀ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସେହିପରି କୋଣାର୍କ ସାମ୍ବାଦିକ ସଂଘ, କୋଣାର୍କ ହସ୍ତଶିଳ୍ପ ବ୍ଯବସାୟୀ ମହାସଂଘ ସମେତ କୋଣାର୍କ ଅଞ୍ଚଳର ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କୋଣାର୍କ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ବାରା ପ୍ରଭାତଫେରୀ ଓ ରାମଧୂନ ଗାନ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ