କୋଣାର୍କ ଅଧିଷ୍ଟାତ୍ରି ଦେବୀ ମା ଭଗବତୀଙ୍କ କାଳରାତ୍ରୀ ବେଶ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) : କୋଣାର୍କର ଅଧିଷ୍ଠାତ୍ରୀ ଦେବୀ ମା ଭଗବତୀ ହେଉଛନ୍ତି ଅଷ୍ଟଚଣ୍ଡୀଙ୍କ ମଧ୍ୟରେ ଅନ୍ୟତମ। ମା ଭଗବତୀଙ୍କର କୃପା ଓ ଆଶିଷ ପ୍ରାପ୍ତ କଲେ ପରିବାର ଓ ଜଗତର ରିଷ୍ଟ ଖଣ୍ଡନ ହୋଇଥାଏ ବୋଲି କିମ୍ବଦନ୍ତୀ ଅନୁଯାୟୀ ଜଣାଯାଏ। ମା ଭଗବତୀ କୋଣାର୍କର ଆରାଧ୍ୟା ଦେବୀ। ଶାରଦୀୟ ନବରାତ୍ରୀ ଅବସରରେ ମା ଙ୍କ କାଳରାତ୍ରୀ ବେଶ ଅନୁଷ୍ଠିତ ହୋଇଯାଇଛି। ଏହି ବେଶ ଦେଖିବାପାଇଁ ଆଖପାଖ ଅଞ୍ଚଳର ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ ମା ଙ୍କ ପୀଠରେ ପରିଲକ୍ଷିତ ହୋଇଥିଲା। ଏହି ବେଶ ଦର୍ଶନ କଲେ କୋଟି ଜନ୍ମର ପାତକ ନାଶ ହେବା ସହ କୋଟି ପୁଣ୍ୟର ଫଳ ମିଳିଥାଏ ବୋଲି କିମ୍ବଦନ୍ତୀରୁ ସୂଚନା ମିଳେ। ଆଜି ମାଙ୍କୁ ପୂଜକ ରୀତି ନୀତି ଅନୁଯାୟୀ ପୂଜାର୍ଚ୍ଚନା କରିବା ସହ , ବିଭିନ୍ନ ପ୍ରକାର ଭୋଗ କରାଯାଇ ଏହି ବେଶ ଧାର୍ମିକ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇଥିଲା। ଏହି ବେଶ ଦର୍ଶନ କରି ଶତାଧିକ ଶ୍ରଦ୍ଧାଳୁଙ୍କ ମନରେ ଧାର୍ମିକତା ଭାବନା ଜାଗ୍ରତ ହୋଇଥିଲା। ଏହି ବେଶକୁ ମନ୍ଦିର ପୂଜକ ଦୀନବନ୍ଧୁ ପାଢୀ ସୁସଜ୍ଜିତ କରୀ ପୂଜା ସମ୍ପାଦନ କରିଥିବା ଦେଖିବାକୁ ମିଳିଅଛି ।