କୋଣାର୍କ ଉତ୍ସବ ପ୍ରସ୍ତୁତି ଶେଷ ଅପେକ୍ଷାରେ ମୁକ୍ତାକାଶ ରଂଗମଂଚ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):କୋଭିଡ ଗାଇଡଲାଇନ ଅନୁଯାୟୀ ବୁଧବାରରୁ କୋଣାର୍କ ଉତ୍ସବ ଆରମ୍ବ ହେଉଛି । ପର୍ଯ୍ୟଟନ ବିଭାଗ,ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଓ ସଂଗୀତ ନାଟକ ଏକାଡେମୀ ପକ୍ଷରୁ ମୁକ୍ତାକାଶ ରଂଗମଂଚରେ ଶାସ୍ତ୍ରୀୟ ନୃତ୍ୟ ଓ ସଂଗୀତ ଓ ଚନ୍ଦ୍ରଭାଗା ସ୍ୱର୍ଣାଭ ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ନିମନ୍ତେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ବାଳୁକା କଳା ପ୍ରବେଶ ପଥରେ ଓ ମୁକ୍କାକାଶ ରଂଗମଂଚ ମୁଖ୍ୟ ଦ୍ୱାରରେ ସାନିଟାଇଜର ବ୍ୟବସ୍ତା ହୋଇଛି । ମୁକ୍ତାକାଶ ରଂଗମଂଚ ଭିତରକୁ ଦୈନିକ ୬୦୦ ଦର୍ଶକଙ୍କୁ ଅନୁମତି ମିଳିବ । ରଂଗମଂଚରେ ପ୍ରତି ସଂଧ୍ୟାରେ ଓଡିଶୀ,ସତ୍ରୀୟା,କୁଚିପୁଡି, ଭାରତନାଟ୍ୟମ, ମୋହିନୀଆଟ୍ଟମ ଓ କଥକ ନୁତ୍ୟ ପ୍ରଦର୍ଶନ ସହିତ ଚନ୍ଦ୍ରଭାଗା ବେଳାଭୂମୀରେ ସକାଳ ୯ଟାରୁ ରାତି ୯ଟା ପର୍ଯ୍ୟନ୍ତ ବାଲୁକା କଳା ପ୍ରଦର୍ଶନୀ ଖୋଲା ରହିବ । ବେଳାଭୂମିରେ ୩୦ଷ୍ଟଲରେ ବିଭିନ୍ନ ରାଜ୍ୟରୁ ୬୦ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିବେ । ସେହିଭଳି କୋଣାର୍କ ଉତ୍ସବ ଅବସରରେ ମଂଗଳବାର ପୂର୍ବାହ୍ନରେ କୋଣାର୍କ ପ୍ରେସ କ୍ଲବ ପକ୍ଷରୁ କୋଣାର୍କରୁ ରାମଚଣ୍ଡି ଏକ ସାଇକ୍ଲୋଥନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । କରୋନାକୁ ଆଖି ଆଗରେ ରଖି କୋଭିଡ ନିୟମ ମାନି ଏହି ଉତ୍ସବ ଆୟୋଜିତ ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ