କୋଣାର୍କ ଏନଏସି ଅଧ୍ୟକ୍ଷାଙ୍କ କାର୍ଯ୍ୟଭାର ଗ୍ରହଣ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) :-ବୁଧବାର କୋଣାର୍କ ଏନଏସି ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀ କାର୍ଯ୍ୟାଭାର ଗ୍ରହଣ କରିଛନ୍ତି I ଦଳୀୟ କର୍ମୀଙ୍କ ଗହଣରେ ବିଜେଡି କାର୍ଯ୍ୟାଳୟ ପରିସରରୁ ଏକ ଶୋଭାଯାତ୍ରାରେ ବାହାରି ଏନଏସି କାର୍ଯ୍ୟାଳୟରେ ପହଂଚିବାପରେ କାର୍ୟନିର୍ବାହୀ ଅଧିକାରୀ ଆକୃତି ଗୋଏଙ୍କା ଓ ସମସ୍ତ କର୍ମଚାରୀ ଅଧ୍ୟକ୍ଷାଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ I ଏହି ଅବସରରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ ନାୟକ, ନଗର ବିଜେଡି ସଭାପତି ଗୋପାଳ ବେହେରା, ଜିଲ୍ଲା ପରିଷଦ ସଦସ୍ୟା ପୁଷ୍ପାରାଣୀ ସ୍ୱାଇଁ, କୋଣାର୍କ ଥାନା ଆଇଆଇସି ରଞ୍ଜନ ମଲ୍ଲିକ, କୋଣାର୍କର ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଅଧ୍ୟକ୍ଷା ଙ୍କୁ ଶୁଭେଚ୍ଛା ଜଣାଇଥିଲେ I କୋଣାର୍କର ମୁଖ୍ୟତଃ ଜମିଜମା, ଜଳବନ୍ଦୀ ଆଦି ସମସ୍ୟା ସମାଧାନ ଦିଗରେ ଚେଷ୍ଟା ଜାରି ରହିବ ବୋଲି କହିଥିଲେ ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀ I