କୋଣାର୍କ ଏନଏସି ପକ୍ଷରୁ ୩୯ତମ ସ୍ୱାୟତ୍ତ ଶାସନ ଦିବସ ପାଳିତ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):କୋଣାର୍କ ଏନଏସି ପକ୍ଷରୁ କାର୍ଯ୍ୟାଳୟ ପରିସରରେ ଗୁରୁବାର ପୂର୍ବାହ୍ନରେ ୩୯ତମ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ନିର୍ବାହୀ ଅଧିକାରୀ ସରୋଜ କୁମାର ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଆହୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଏନଏସି ଅଧକ୍ଷା ସଂଯୁକ୍ତା ତ୍ରିପାଠୀ, ଉପାଧ୍ୟକ୍ଷ ସୁରେଶ୍ ଚନ୍ଦ୍ର ରାଉତରାୟ ଓ ସାଂସଦ ପ୍ରତିନିଧି ପଦ୍ମ ଚରଣ ବେଉରା, ୩ନଂ କାଉନସିଲର ସମୟ ରଞ୍ଜନ ସାହୁ, ୫ ନଂ କାଉନସିଲର ନିହାର ରଞ୍ଜନ ବେଉରା,୬ନଂ କାଉନସିଲର ବିଶ୍ଵମ୍ୱର ବିଶ୍ବାଳ , ଓ ଅନ୍ୟ କାଉନସିଲର ମାନେ ଅତିଥି ଭାବେ ଯୋଗ ଦେଇ ଏନ୍ସ ଏ ସି ର ସମସ୍ତ ପ୍ରକଳ୍ପ ଅଗ୍ରଗତି ହୋଈ ପାରିବ ଏନେଇ ମତାମତ ଦେଇଥିଲେ। କୋଣାର୍କ ଏନ୍ ଏ ସି ର ୧୩ ଗୋଟି ୱାର୍ଡ଼ ର କାଉନସିଲର ମାନେ ନିଜ ନିଜ ଅଞ୍ଚଳ ଓ କୋଣାର୍କର ବିକାଶ ପାଇଁ ମତାମତ ପ୍ରଦାନ କରିଥିଲେ। ବୈଠକରେ କେତେକ କାଉନସିଲର ମାନଙ୍କ ମତରୁ ଏନଏସିସି କର୍ମଚାରୀ, କାଉନସିଲ ବଡି ମଧ୍ୟରେ ଉନ୍ନୟନ କାର୍ଯ୍ୟରେ ସିଥିଳତା ଯୋଗୁଁ ପରସ୍ପର ଉପରେ କାଦୁଅ ଫିଙ୍ଗାଫିଙ୍ଗି ହେଉଥିବା ନେଇ ସ୍ପଷ୍ଟ ବାରି ହୋଇ ପଡ଼ୁଥିବା ଦେଖିବାକୁ ମିଳିଥିଲା। ଏହି ଅବସରରେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ପୋଷାକ ବଣ୍ଟନ କରାଯାଇଥିଲା। ୧୦ଗୋଟି ମହିଳା ଗୋଷ୍ଠୀକୁ ମୁକ୍ତା ଯୋଜନାରେ ନିଜ ଅଞ୍ଚଳର ବିକାଶ ପାଇଁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା। ପୁର୍ବରୁ ପ୍ରଭାତ ଏନଏସି ପକ୍ଷରୁ ପ୍ରଭାତ ଫେରି , ରାମଧୁନ ଓ କାର୍ଯ୍ୟାଳୟ ପରିସରରେ ପତାକା ଉତ୍ତୋଳନ କରାଯାଇଥିଲା। କଲ୍ୟାଣ ମଣ୍ଡପ ପରିସରରେ କାଉନସିଲର ଓ କର୍ମଚାରୀ ମାନଙ୍କ ପକ୍ଷରୁ ବୃକ୍ଷ ରୋପଣ, ଅସହାୟ ବ୍ୟକ୍ତି ବିଶେଷ ମାନଙ୍କୁ ଶୁଖିଲା ଖାଦ୍ୟ ଓ ଫଳ ଆଦି ବଣ୍ଟନ କରାଯାଇଥିଲା। କୋଣାର୍କକୁ ସରସ ସୁନ୍ଦର କରି ଗଢି ତୋଳିବା ପାଇଁ ଅତ୍ୟାବଶ୍ୟକ ଉନ୍ନୟନ କାର୍ଯ୍ୟ ଜାରି ରଖିବା ଓ ବ୍ୟାଟେରୀ ଅଟୋ ବଣ୍ଟନ ସହ ପଡି ରହିଥିବା କାର୍ଯ୍ୟକୁ ତୁରଂତ ତ୍ଵରାନିତ କରିବା ପାଇଁ ନିର୍ବାହୀ ଅଧିକାରୀ ମତ ପ୍ରକାଶ କରିଛନ୍ତି।