କୋଣାର୍କ ଠାରେ ମହାଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) : କୋଣାର୍କ ସ୍ଥିତ ମାର୍କେଟ କମ୍ପ୍ଲେକ୍ସ ଠାରେ ଲଷ୍ମୀ ପୂଜା କମିଟି ପକ୍ଷରୁ ଜଗତଜନନୀ ମା ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ମହାସମାରୋହରେ କୋଭିଡି କଟକଣା କରାଯାଉଛି । ଗତ ସୋମବାର ଦିନ ଚନ୍ଦ୍ରଭଗା ତୀର୍ଥ ପୁଷ୍କରଣୀ ରୁ ତୀର୍ଥଜଳ ସଂଗ୍ରହ କରାଯାଇ ମା’ ଲଷ୍ମୀଙ୍କ ଘଟସ୍ଥାପନ ପରେ ମଙ୍ଗଳବାର ସନ୍ଧ୍ୟା ୭ ଘଣ୍ଟିକାରେ ସମସ୍ତ ରୀତିନୀତି ଅନୁଯାୟୀ କୋଭିଡ୍ କଟକଣା ନିୟମ ମୁତାବକ ମୁଖ୍ୟ ପୂଜକ ଅମରେଶ୍ୱର ପାଢ଼ୀଙ୍କ ଦ୍ଵାରା ସମସ୍ତ ପୂଜାକର୍ମ ଆରମ୍ଭ କରାଯାଇଛି । ମା’ଲଷ୍ମୀ ପୂଜା କମିଟିର ସଭାପତି ସୁରେନ୍ଦ୍ର କୁମାର ସାହୁଙ୍କ ପ୍ରତ୍ଯକ୍ଷ ତତ୍ବାବଧାନରେ କମିଟିର ସଦସ୍ୟ ଶତ୍ରୁଜିତ ନାୟକ , ସ୍ୱାଧୀନ ନାୟକ, ବାମଦେବ ଆଳୁକ, ମିଲନ ରାଉତ, ରବୀନ୍ଦ୍ର ରାଉତ, ମନୋଜ ସେଠ, ବାପି ରାଏ, ରୁଦ୍ରପ୍ରସାଦ ବେଉରା, ବାପୁଜି ଜେନା ଓ କୁନାଲ ପାତ୍ରଙ୍କ ସମେତ କମିଟିର ସମସ୍ତ ସଦସ୍ୟ ମାନଙ୍କ ସହଯୋଗରେ ପୁୁଜାକାର୍ଯ୍ୟ ଶୃଙ୍ଖଳିତ ଭାବେ ଚାଲିଛି। ଏହି ପରିପ୍ରେକ୍ଷୀରେ ମା ଲକ୍ଷ୍ମୀଙ୍କ ନିକଟରେ ହୋମଯଜ୍ଞ, ବେଦପାଠ ସହ ପୂଜାର୍ଚ୍ଚନା ଧାର୍ମିକ ରୀତିନୀତି ଅନୁଯାୟୀ ସଂପାଦିତ ହେଉଛି ।