କୋଣାର୍କ ଠାରେ ସାହିତ୍ୟ ଆସର ଓ ସମ୍ବର୍ଧନା ଉତ୍ସବ

ନିମାପଡ଼ା, (ସନ୍ତୋଷ ଦାଶ):ରାଜ୍ୟ ପର୍ଯ୍ୟଟନ ବିଭାଗ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, କୋଣାର୍କ ସାହିତ୍ୟ ସଂସଦ ର ମିଳିତ ଆୟୋଜନ ରେ କୋଣାର୍କ ଉତ୍ସବ ଅବସର ରେ ପୁରୀ ଜିଲ୍ଲା କୋଣାର୍କ ସ୍ଥିତ ମୁକ୍ତାକାଶ ରଙ୍ଗମଞ୍ଚ ପରିସର ରେ ଆଜି ପୂର୍ବାହ୍ନ ରେ କୋଣାର୍କ ସାହିତ୍ୟ ଆସର ଅନୁଷ୍ଠିତ ହୋଇଥିଲା।ଏହି ଅବସର ରେ ସାହିତ୍ୟ ଆଲୋଚନା, ବ୍ୟଙ୍ଗ କବିତା ଆସର,ଅଣୁ ଗଳ୍ପ ଓ କବିତା ପାଠ, ପୁସ୍ତକ ଉନ୍ମୋଚନ ସହିତ ୯ଜଣ ସାରସ୍ଵତ ପ୍ରତିଭା ଙ୍କୁ ଚଳିତ ବର୍ଷ ସମ୍ବର୍ଦ୍ଧିତ କରାଯାଇଥିଲା। କୋଣାର୍କ ସାହିତ୍ୟ ସଂସଦ ର ସଭାପତି ତଥା ପୁରୀ ଜିଲ୍ଲା ପେଷାଦାର ସାମ୍ବାଦିକ ସଂଘ ସଭାପତି ତିବିକ୍ରମ ରାମକୃଷ୍ଣ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସାହିତ୍ୟ ଆସର ରେ ମୁଖ୍ୟ ଅତିଥି ଭାବେ କବୟିତ୍ରୀ ଡଃ. ମନୋରମା ବିଶ୍ଵାଳ ଯୋଗଦାନ କରିଥିବାବେଳ ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ କ୍ଷୀରୋଦ କୁମାର ରାୟ ମହାପାତ୍ର, ବ୍ୟଙ୍ଗ କବି ସତ୍ୟାନାଶ, କବି ସର୍ବଗିଳା ପ୍ରମୁଖ ଯୋଗଦାନ କରିଥିଲେ। ବିଶିଷ୍ଟ କବୟିତ୍ରୀ ମନୋରମା ବିଶ୍ଵାଳ ମହାପାତ୍ର ଙ୍କୁ ତାଙ୍କ ଜୀବନ ବ୍ୟାପୀ ସାହିତ୍ୟ ସାଧନା ପାଇଁ କୋଣାର୍କ ସାହିତ୍ୟ ସମ୍ମାନ ରେ ସମ୍ମାନିତ କରାଯାଇଥିବା ବେଳେ ବ୍ୟଙ୍ଗ କବି ସତ୍ୟାନାଶ ଙ୍କୁ ବ୍ୟଙ୍ଗରାଜ ସମ୍ମାନ, ମୃତ୍ୟୁଞ୍ଜୟ ରଥ ଙ୍କୁ କୋଣାର୍କ ଉତ୍ସବ ସମ୍ମାନ, ଚିନ୍ତାମଣି ବିଶ୍ବାଳ ଙ୍କୁ କୋଣାର୍କ କଳା ସମ୍ମାନ, ରାଜକିଶୋର ଗୋଚ୍ଛାୟତ ଙ୍କୁ ଅର୍କସ୍ୱର ସମ୍ମାନ, ଉମେଶ ଚନ୍ଦ୍ର ସ୍ଵାଇଁ ଙ୍କୁ କୋଣାର୍କ ସେବା ସମ୍ମାନ, କବି ସୁଜାତା ସିହ୍ନା ଙ୍କୁ ମା ରୁକ୍ମିଣୀ ଦେବୀ ସ୍ମୃତି ସମ୍ମାନ, ସାମ୍ୱାଦିକ ସନ୍ତୋଷ ଦାଶ ଙ୍କୁ ସାମ୍ୱାଦିକ ସଂଗ୍ରାମ ସ୍ମୃତି ସମ୍ମାନ ରେ ସମ୍ମାନିତ କରାଯାଇ ଥିଲା। ଉତ୍ସବ କୁ କୋଣାର୍କ ସାହିତ୍ୟ ସଂସଦ ର ସମ୍ପାଦକ ରବୀନ୍ଦ୍ର ନାଥ ବାହିନୀପତି ପରିଚାଳନା କରିଥିଲାବେଳେ ଅଧ୍ୟାପକ ଡ଼ଃ. ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ