କୋଣାର୍କ ଥାନା ପକ୍ଷରୁ ଆମ ପୋଲିସ ସମିତି ବୈଠକ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) : କୋଣାର୍କ ଥାନା ପରିସରରେ ଆମ ପୋଲିସ ସମିତି ପକ୍ଷରୁ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆମ ପୋଲିସ ସମିତିର ସଭାପତି ତଥା ସାମାଜିକ କର୍ମୀ ରାମକୃଷ୍ଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କୋଣାର୍କ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକ, ଆଇନଜୀବୀ ତପନ କୁମାର ପଟ୍ଟନାୟକ, ରେଡିଓ ନମସ୍କାର ଅଧ୍ୟକ୍ଷ ଏନଏ ଶାହା ଅନସାରୀ, ପୂର୍ବତନ କାଉନସିଲର ପଦ୍ମ ଚରଣ ବେଉରା ଓ ଥାନା ସବଇନ୍ସିପେକ୍ଟର ଦୀପକ କୁମାର ସାମନ୍ତରାୟ ପ୍ରମୁଖ ଯୋଗଦେଇ ପୋଲିସ ଓ ସାଧାରଣ ଜନତାଙ୍କ ମଧ୍ୟରେ ସୁସମ୍ପର୍କ ପ୍ରତିଷ୍ଠା କରିବା ସହ ତ୍ବରିତ ନ୍ୟାୟ ପ୍ରଦାନ ଦିଗରେ କାର୍ଯ୍ୟ କରିବା ପାଇଁ ଆଲୋକପାତ କରିଥିଲେ। ଏହି ବୈଠକରେ କୋଣାର୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିକାଶ ପରିଷଦ ସଂପାଦକ ଭାଗିରଥି ସ୍ବାଇଁ, କୋଣାର୍କ ସାମ୍ବାଦିକ ସଂଘ ସଭାପତି ଜ୍ଯୋତିରାଜ ମହାନ୍ତି, ସିମିଳି ସରପଞ୍ଚ ବିଶ୍ବଜିତ ସ୍ବାଇଁ, ସାମ୍ବାଦିକ ପ୍ରତାପ କୁମାର କାଣ୍ଡି ପ୍ରମୁଖ ଆମ ପୋଲିସ ସମିତି ବୈଠକକୁ ଭ୍ରାମ୍ୟମାଣ ପ୍ରକ୍ରିୟା ମାଧ୍ୟମରେ ଥାନା ଅଧିନସ୍ଥ ପ୍ରତି ଗ୍ରାମପଞ୍ଚାୟତରେ ଆୟୋଜନ କରିବା, ରାତ୍ରିକାଳୀନ ପୋଲିସ ପ୍ରେଟୋଲିଂଗ କଡାକଡି କରିବା, ଟ୍ରାଫିକ ସମସ୍ଯା ଦୂରକରିବା, ଧଳା ଜହର ଓ ନିଶା କାରବାର ଉପରେ ରୋକ ଲଗାଇବା ଆଦି ପ୍ରସ୍ତାବମାନ ବୈଠକରେ ଉପସ୍ଥାପିତ କରିଥିଲେ। ଏହି ସମାସ୍ଯାର ସମାଧାନ ନିମନ୍ତେ କୋଣାର୍କ ପୋଲିସ ଆଗାମୀ ଦିନରେ ସୁଚିନ୍ତିତ କାର୍ଯ୍ୟପନ୍ଥା ଗ୍ରହଣ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ ବୋଲି କୋଣାର୍କ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ କୁରୁଜଙ୍ଗ, ଅବଦାନ, ସିମିଳି ସମେତ ବିଭିନ୍ନ ଗ୍ରାମପଞ୍ଚାୟତ ଏବଂ କୋଣାର୍କ ଏନଏସିର ସଚେତନ ନାଗରିକ ଓ ବୁଦ୍ଧିଜୀବୀ ମାନେ ଯୋଗଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ