କୋଣାର୍କ ନଗର କଂଗ୍ରେସ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ଶ୍ରିମାନ ରାହୁଲ ଗାନ୍ଧୀ ଙ୍କ ଜନ୍ମ ଦିନ ଉପଲକ୍ଷେ ଏବଂ ମହାମାରୀ କରୋନା ର ଭୟାଭିତ ଓ ନିରାକରଣ ପାଇଁ ଲକ୍ ଡାଉନ୍ ରେ ଜିବିକା ହରାଇ ବସିଥିବା ସତାଧିକ ହରିଜନ ପରିବାର ଙ୍କୁ କାକଟପୁର ଯୁବ ଓ ଛାତ୍ର କଂଗ୍ରେସ କୋଣାର୍କ ଏନ୍ ଏ ସି ଅନ୍ତର୍ଗତ ୩ ନମ୍ବର ୱାର୍ଡ ରେ ଗରିବ ଲୋକମାନଙ୍କ ଚଳିବା ପାଇଁ ଶୁଖିଲା ଖାଦ୍ୟ ଦେବା ସହ ଲୋକ ମାନେ କିପରି ସଚେତନ ହୋଇ ସାବୁନ, ମାସ୍କ ଓ ସାନିଟାଇଜର ର ବ୍ୟବହାର କରିବେ ତାହା ସେମାନଙ୍କୁ ଅବଗତ କରାଇଥିବା ଦେଖିବାକୁ ମିଳିଛି । କରୋନା ମହାମାରୀ ସମୟରେ ଗରିବ ଲୋକମାନଙ୍କ ପାଇଁ ଏହି ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ବଣ୍ଟନ ନିମନ୍ତେ ଗ୍ରାମ ଵାସୀ ବେଶ ଉତ୍ସାହିତ ହୋଇଥିଲେ। ଏହି ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କାର୍ଯ୍ୟକୁ ମୁଖ୍ୟ ଅତିଥି ଭାବେ ଓଡିଶା କଂଗ୍ରେସ ର ସାଧାରଣ ସମ୍ପାଦକ ଏବଂ ଯୁବ ଓ ଛାତ୍ର କଂଗ୍ରେସର ପ୍ରଭାରୀ ବିଶ୍ବଭୁଷଣ ଦାସ ଉପସ୍ଥିତ ରହି ବଣ୍ଟନ କରିବା ସହ ନଗର କଂଗ୍ରେସ ର ସଭାପତି ଭରତ ଚନ୍ଦ୍ର ପାଢୀ, କାର୍ଯ୍ୟ କାରୀ ସଭାପତି ସୁବାଷ ନାୟକ, ପୂର୍ବତନ କାଉନସିଲର ଉପେନ୍ଦ୍ର କାଣ୍ଡି, ସୁବୋଧ ଖଟୁଆ,ବିଜୟ ନନ୍ଦୀ, ହଟକିଶୋର ନାୟକ ଏବଂ ଯୁବ ଓ ଛାତ୍ର କଂଗ୍ରେସ ତରଫରୁ ତପନ କାଣ୍ଡି, ବିରଞ୍ଚି ନାରାୟଣ ପତି, ହରେକୃଷ୍ଣ ମହାନ୍ତି, ରଜନୀ ରଞ୍ଜନ ପଣ୍ଡା, ସ୍ଵାଧୀନ ନାୟକ, ପ୍ରବୀର ବିଶ୍ଵାଳ,ସୁବାଷ ବିଶ୍ଵାଳ, କେଶବ ବେହେରା, ତୁଷାରକାନ୍ତ ବିଶ୍ଵାଳ, ବିଶ୍ୱଜିତ୍ ସ୍ୱାଇଁ, ଦୀପ୍ତି ରଞ୍ଜନ ଗୋଚ୍ଛାୟତ, ହରମୋହନ ବେହେରା, କୋଣାର୍କ ମହିଳା ମହାସଂଘ ର ସଭାନେତ୍ରୀ ମୀନରଭା ରାଉତ ପ୍ରମୁଖ ଯୋଗଦେଇ ଏହି ବଣ୍ଟନ କାର୍ଯ୍ୟ କୁ ପରିଚାଳନା କରିଥିଲେ ।