କୋଣାର୍କ – ପୁରୀ ବେଳାମାର୍ଗ ରେ ଇକୋ ରିଟ୍ରିଟ ଉଦଘାଟିତ
ନିମାପଡ଼ା, (ସନ୍ତୋଷ ଦାଶ):କୋଣାର୍କ – ପୁରୀ ବେଳାମାର୍ଗ ସ୍ଥିତ ରାମଚଣ୍ଡୀ କୁଶଭଦ୍ରା ମୁହାଣ ନିକଟରେ ରାଜ୍ୟପର୍ଯ୍ୟଟନ ବିଭାଗ ଦ୍ଵାରା ଆୟୋଜିତ ପଞ୍ଚମ ସଂସ୍କରଣ ଇକୋ ରିଟ୍ରିଟ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭରଚୁଆଲ ରେ ଉଦଘାଟିତ ହୋଇଯାଇଛି । ଚଳିତ ବର୍ଷ ୩୦ଟି ଡିଲକ୍ସ ,୨୦ ଟି ପ୍ରିମୀୟମ , ୧୨ଟି ରୟ।ଲ , ୮ଟି ପ୍ରେସିଡେନସିଆଲ ଟେଣ୍ଟ କଟେଜ ନିର୍ମାଣ କରାଯାଇଛି । ସମୁଦାୟ ୭୦ ଟି ବିଳାସପୂର୍ଣ୍ଣ ଟେଣ୍ଟ ନିର୍ମାଣ କରାଯିବ । ଏହି ଟେଣ୍ଟରେ ରାତ୍ରିଯାପନ ପାଇଁ ଓଟିଡିସି ପକ୍ଷରୁ ସ୍ୱତନ୍ତ୍ର ପ୍ୟାକେଜ ବ୍ୟବସ୍ଥା କରାଯାଇଛି । ଏହି ପ୍ୟାକେଜରେ ପର୍ଯ୍ୟଟକ ମାନେ କୋଣାର୍କ ପୁରୀ ବାଲୁଖଣ୍ଡ ଜଙ୍ଗଲ ସନ୍ନିକଟ ସମୁଦ୍ର ବେଳାଭୂମିର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହ ଦୁଃସାହସିକ ସାମୁଦ୍ରିକ ଜଳକ୍ରୀଡା , ସୁସ୍ୱାଦୁ ଖାଦ୍ୟ ସହ କୋଣାର୍କ ,ପୁରୀ ବୁଲିବାର ମଜା ନେଇପାରିବେ । ଆଜିର ଏହି ଉଦଘାଟନୀ ସମାରୋହରେ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ ପାତ୍ର ମୁଖ୍ୟ ଅତିଥି ଓ କ୍ରୀଡା , ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ,ସମ୍ମାନିତ ଅତିଥି ଭାବେ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ରନ ଯାଦବ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ ପ୍ରମୁଖ ଯୋଗଦେଇ ଇକୋ ରିଟ୍ରିଟ ର ଶୁଭାରମ୍ଭ କରିଥିଲେ ।ଆଜି କୋଣାର୍କ ସମେତ ପେଣ୍ଠ ଓ ସୋନପୁର ବେଳାଭୂମିରେ ଇକୋ ରିଟ୍ରେଟ ର ଶୁଭାରମ୍ଭ ହୋଇଛି ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ।