ନୀଳଗିରି ଓ ଛବାଟିଆକୁ ରାଜସ୍ୱ ଗ୍ରାମ ଘୋଷଣା

ନିମାପଡ଼ା,(ସନ୍ତୋଷ କୁମାର ଦାଶ): ନିମାପଡ଼ା ତହସିଲ ଅଧୀନସ୍ଥ ଭୋଗଶାଳଦା ପଞ୍ଚାୟତ ଅଂଶାଲୋ ଓ ସଲଙ୍ଗ ପଞ୍ଚାୟତ ର ଆମରଙ୍ଗ ରାଜସ୍ଵ ଗ୍ରାମକୁ ବିଭକ୍ତ କରାଯାଇ ନୀଳଗିରି ଏବଂ ଛବାଟିଆକୁ ନୂତନ ରାଜସ୍ଵ ଗ୍ରାମ ଭାବେ ଘୋଷଣା କରାଯାଇଛି । ଏହି ଦୁଇ ଗ୍ରାମକୁ ରାଜସ୍ଵ ଗ୍ରାମ ଭାବେ ଘୋଷଣା ପାଇଁ ଦୀର୍ଘ ବର୍ଷ ହେଲା ଉଦ୍ୟମ କରାଯାଇଥିଲେ ମଧ୍ୟ ରାଜନୈତିକ ଇଛାଶକ୍ତି ର ଅଭାବ, ପକ୍ଷପାତିତା ଓ ପ୍ରଶାସନିକ ଅବହେଳାରୁ ଘୋଷଣା ହୋଇପାରୁ ନ ଥିଲା । ଏ ନେଇ ନୀଳଗିରି ଗ୍ରାମବାସୀ ଓ ନିମାପଡା ତହସିଲ ମୋହରୀୟର ସଂଘ ସଭାପତି ବଟକୃଷ୍ଣ ମହାନ୍ତି ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେଇଥିଲେ । ଗତ ମାସରେ ରାୟ ପ୍ରକାଶ ପାଇବାରୁ ଏହି ଦୁଇ ହାମଲେଟ୍‌ ଗ୍ରାମକୁ ରାଜସ୍ୱ ଗ୍ରାମର ମାନ୍ୟତା ପ୍ରଦାନ କରାଯାଇଛି । ନୀଳଗିରି ରାଜସ୍ଵ ମାନ୍ୟତା ପାଇବାରୁ ନିମାପଡା – ଗୋପ ସିଭିଲ୍ ସୋସାଇଟ୍ ସଭାପତି ସୁଧୀର ରଞ୍ଜନ ମହାନ୍ତି, ବଟକୃଷ୍ଣ ମହାନ୍ତି, ସାମାଜିକ କର୍ମୀ ରାଜା ମହାନ୍ତି ପ୍ରମୁଖ ରାଜ୍ୟ ସରକାରଙ୍କୁ ସାଧୁବାଦ ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ