କୋଣାର୍କ ପ୍ରଶାସନ ପକ୍ଷରୁ ମାକ୍ସ ଚେକିଂ କଡାକଡି

କୋଣାର୍କ,(ଗଣେଶ ଚନ୍ଦ୍ର ବେହେରା):କରୋନା ସଂକ୍ରମଣରୁ ମୁକୁଳିବା ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ଔଷଧ ବାହାରିନଥିବା ବେଳେ ସାମାଜିକ ଦୂରତ୍ବ ଓ ମାସ୍କ ବ୍ୟବହାର ହିଁ ଏକମାତ୍ର ଉପାୟ।ଏଥିପାଇଁ ସରକାରଙ୍କ ପକ୍ଷରୁ ଏହାକୁ ପାଳନ କରିବା ପାଇଁ ବ୍ୟାପକ ପ୍ରଚାର କରାଯାଉଛି।ସାମାଜିକ ଦୂରତା ରକ୍ଷା କରିବା ଓ ସବୁବେଳେ ମାସ୍କ ପିନ୍ଧିବା ପାଇଁ ବାରମ୍ବାର ପ୍ରଶାସନ ପକ୍ଷରୁ ପ୍ରଚାର କରା ଯାଉଛି। କିନ୍ତୁ ଲୋକମାନେ ଏହାକୁ ମନୁନାହାଁନି।ଏଭଳି ଘଟଣା ଦେଖିବାକୁ ମିଳିଛି କୋଣାର୍କ ଅଂଚଳରେ । ଫଳରେ ପ୍ରଶାସନ ବାଧ୍ୟହୋଇ ଅମାନିଆ ଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ଥିର କରି କୋଣାର୍କର ବିଭିନ୍ନ ଛକରେ ଚେକିଙ୍ଗ ଆରମ୍ଭ କରି ୬୧ ଜଣ ଆଇନି ଉଲଂଘନକାରୀ ଙ୍କ ପାଖରୁ ପାଖାପାଖି ୧୨, ୨୦୦ ଟଙ୍କା ଜୋରିମାନା ଆଦାୟ କରିଛି । ଏହି ଚେକିଂ କାର୍ଯ୍ୟକ୍ରମ ରେ ଗୋପ ତହସିଲଦାର ପୃଥିରାଜ ମଣ୍ଡଳ , କୋଣାର୍କ ଥାନା ଅଧିକାରୀ ରଂଜନ କୁମାର ମଲ୍ଲିକ ଓ କୋଣାର୍କ ଏନ ଏ ସି ତରଫରୁ ରଞ୍ଜିତ କୁମାର ଜେନା , ଭାଗିରଥି ବରାଳ, ପ୍ରକାଶ ବଡ଼ପଣ୍ଡା,ଓ ପଞ୍ଚାନନ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ