କୋଣାର୍କ ରେ ଶାରଦୀୟ ଦୁର୍ଗାପୂଜା ପାଇଁ ଚୁଡାନ୍ତ ପ୍ରସ୍ତୁତି ବୈଠକ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର କୋଣାର୍କ ସ୍ଥିତ ଶ୍ରୀ ଶ୍ରୀ ନରସିଂହ ଦେବ ଦୁର୍ଗା ପୂଜା କମିଟି ପକ୍ଷରୁ ଶାରଦୀୟ ଦୁର୍ଗାପୂଜା ପାଇଁ ଚୁଡାନ୍ତ ପ୍ରସ୍ତୁତି ବୈଠକ କୋଣାର୍କ ଦୃଗପୁଜା ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ସୁଶାନ୍ତ କୁମାର ମହାନ୍ତି , ଉପ ସଭାପତି ପ୍ରମୋଦ କୁମାର ଛୋଟରାୟ ବରିଷ୍ଟ ଉପଦେଷ୍ଟା ଗୋପାଳ ଚନ୍ଦ୍ର ବେହେରା, ସୁବାଷ ଚନ୍ଦ୍ର ବେଉରା, ସୁବୋଧ ଖଟୁଆ ଙ୍କ ଅଧ୍ୟକ୍ଷତାରେ କୋଣାର୍କ ଥାନାର ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ସେଠୀ ଅଗ୍ନିଶମ ବିଭାଗର ତୁଷାରକାନ୍ତ ପରିଜା, ସମାଜସେବୀ ରାମକୃଷ୍ଣ ମହାନ୍ତି, ସମ୍ପାଦକ ନଟବର ମହାରଣା, କୋଷାଧ୍ୟକ୍ଷ ବିରବର ସ୍ବାଇଁ, ସମେତ ପୂଜା କମିଟି ର ସମସ୍ତ ସଦସ୍ୟ ଓ କୋଣାର୍କ ର ସମସ୍ତ ଗଣମାଧ୍ୟମ ର ପ୍ରତିନିଧି ଯୋଗ ଦେଇଥିବା ଦେଖିବାକୁ ମିଳିଛି। ଉକ୍ତ ବୈଠକରେ ଚଳିତ ବର୍ଷ କୋଣାର୍କରେ ଅନୁଷ୍ଠିତ ହେଉଥିବା ଶାରଦୀୟ ଦୁର୍ଗାପୂଜା ସମୟରେ କିପରି ଶ୍ରଦ୍ଧାଳୁ ଭକ୍ତମାନେ ଆସି ମା ଙ୍କୁ ଅତି ସୁନ୍ଦର ଭାବରେ ଦର୍ଶନ କରିବା ପାଇଁ ଟ୍ରାଫିକ ବ୍ୟବସ୍ଥା କୁ କଡାକଡି କରାଯିବା ସହିତ ଚଳିତ ବର୍ଷ ବିଶେଷ ଭାବରେ ଭଜନ ଓ ଲୋକନୃତ୍ୟ ଭାବରେ ଘୋଡା ନାଚ, ନାଗା ନାଚ, ଘଣ୍ଟ ପାଟୁଆ ଇତ୍ୟାଦି ପାର ମ୍ପରିକ ପାଇଁ ପୂଜା କମିଟି ତରଫରୁ ନିଷ୍ପତ୍ତି ନିଆ ଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ