କୋଣାର୍କ ରେ ସୂର୍ଯ୍ୟ ଉପାସନା ଉପରେ ଆଲୋଚନା ଚକ୍ର
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):କୋଣାର୍କ ଉତ୍ସବ ଅବସରରେ ଶ୍ରୀ ଜଗନ୍ନାଥ ସମାଜ କଲ୍ୟାଣ ସଂସ୍ଥାନ କୋଣାର୍କ ପକ୍ଷରୁ କୋଣାର୍କ ଓ ସୂର୍ଯ୍ୟ ଉପାସନା ଶୀର୍ଷକ ଉପରେ ଆଲୋଚନା ଚକ୍ର ଶୋଭନୀୟ ଶିକ୍ଷାଶ୍ରମ ପରିସରରେ ସୋମବାର ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ କୁ ମୁଖ୍ୟ ଅତିଥି ଭାବରେ ଡକ୍ଟର ଉପେନ୍ଦ୍ର ନାଥ ଭୋଳ ଯୋଗଦେଇଥିଲେ । ମୁଖ୍ୟ ବକ୍ତା ହରିଶ ଚନ୍ଦ୍ର ଦାଶ , ଗବେଷକ ସଞ୍ଜୟ କୁମାର ବରାଳ , ସମାଜ ସେବି ରାମକୃଷ୍ଣ ମହାନ୍ତି , ଆଭାସ ମହାନ୍ତି, ଶିକ୍ଷବିତ ପ୍ରତାପ କୁମାର ରାଉତ ଆଦର୍ଶ ବିଦ୍ୟାଳୟ ଅଦକ୍ଷ ସତ୍ୟଜିତ ସ୍ୱାଇଁ , ଛାତ୍ର ଛାତ୍ରୀ ମାନଙ୍କୁ କୋଣାର୍କ ଓ ସୂର୍ଯ୍ୟ ଉପାସନା ଉପରେ ସୁନ୍ଦର ଭାବେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଶ୍ରୀ ଜଗନ୍ନାଥ ସମାଜ କଲ୍ୟାଣ ସଂସ୍ଥାନ ର ସମ୍ପାଦକ ବିରଞ୍ଚି ନାରାୟଣ ରଥ ସ୍ୱାଗତ ଭାଷଣ ସହିତ କାର୍ଯ୍ୟକ୍ରମ ସମ୍ପର୍କରେ ବିଶଦ ବିବରଣୀ ଉପସ୍ଥାପନ କରିଥିଲେ । ପ୍ରଦୀପ୍ତ କୁମାର ପ୍ରଧାନ , ଶୋଭନୀୟ ଶିକ୍ଷାଶ୍ରମର ଶିକ୍ଷୟତ୍ରୀ ମନୋରମା ମିଶ୍ର ବିଦୁଲତା ଶତପଥୀ , ନିରଞ୍ଜନ ତ୍ରିପାଠୀ ପ୍ରମୁଖ କଯ୍ୟକ୍ରମ ପରିଚାଳନା କରିଥିଲେ ।


