କୋଣାର୍କ ସାମ୍ବାଦିକ ସଂଘର ବନ୍ଧୁମିଳନ

କୋଣାର୍କ(ଗଣେଶ ଚନ୍ଦ୍ର ବେହେରା); କୋଣାର୍କ ସ୍ଥିତ ମା ଭଗବତୀ ପୀଠ ଠାରେ କୋଣାର୍କ ସାମ୍ବାଦିକ ସଂଘ ପକ୍ଷରୁ ବନ୍ଧୁ ମିଳନ ଓ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ଜ୍ୟୋତିରାଜ ମହାନ୍ତିଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ବୈଠକରେ ଆଗାମୀ ଦିନରେ ସଂଘ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ, ସଫେଇ, ସାଙ୍ଗଠନିକ ଦକ୍ଷତା ବୃଦ୍ଧି, ଅସହାୟ ବ୍ୟକ୍ତି ମାନଙ୍କୁ ନ୍ୟାୟ ପ୍ରଦାନ, ଜନସଚେତନତା ସୃଷ୍ଟି ଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ ଏହି ବୈଠକରେ ଚୁଡାନ୍ତ ନିଷ୍ପତ୍ତି ନିଆଯାଇଛି ।ଏହି ବୈଠକରେ ସଂଘର ସମ୍ପାଦକ ମନୋରଞ୍ଜନ ପଣ୍ଡା, ବରିଷ୍ଟ ସ୍ତମ୍ବକାର ଭାଗୀରଥୀ ସ୍ଵାଇଁ, ସୁକାନ୍ତ ବିଶ୍ଵାଳ, ଉପଦେଷ୍ଟା ମହେଶ୍ବର ସାମଲ, ଅକ୍ଷୟ କୁମାର ନାୟକ, ନିର୍ମଳ କୁମାର ପ୍ରଧାନ, ହରସ ଚନ୍ଦ୍ର ଦାଶ, କୋଷାଧକ୍ଷ ପ୍ରଦୀପ କୁମାର ଛାଟୋଇ,ଗଣେଶ ଚନ୍ଦ୍ର ବେହେରା,ସନ୍ତୋଷ କୁମାର ରାୟ,ପ୍ରଦୀପ୍ତ କୁମାର ଚାନ୍ଦ, ପ୍ରମୋଦ ଗୋଚ୍ଛାୟତ,ପ୍ରକାଶ କାଣ୍ଡି, ପ୍ରମୁଖ ଉପସ୍ଥିତ ରହି ସେମାନଙ୍କ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ଓ ଆଗାମୀ ଦିନରେ କିଛି ନୃତନ କର୍ମକର୍ତ୍ତା ମାନଙ୍କୁ ଏହି ସଂଘରେ ରଖାଯିବ ବୋଲି ଆଲୋଚନା ହୋଇଥିଲା। ଶେଷରେ ସଂଘର ସଭାପତି ଶ୍ରୀ ଜ୍ୟୋତିରାଜ ମହାନ୍ତି କିଛି ମାନସିକ ବ୍ୟକ୍ତିଙ୍କୁ ଖାଦ୍ୟ ବଣ୍ଟନ କରି ଏହି କାର୍ଯ୍ୟକ୍ରମକୁ ଶେଷ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ