କୋଣାର୍କ ସୂର୍ଯ୍ୟ ମନ୍ଦିର ରୁ ବାଲି କାଢ଼ିବା ପାଇଁ ଭୂମି ପୂଜା

ନିମାପଡ଼ା, (ସନ୍ତୋଷ ଦାଶ):ବହୁବର୍ଷ ର ଦାବି ପରେ ପୁରୀ ଜିଲ୍ଲା କୋଣାର୍କ ସ୍ଥିତ ବିଶ୍ବ ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର ରୁ ବାଲି କାଢିବା ପାଇଁ ଏ ଏସ ଆଇ ନିଷ୍ପତ୍ତି ନେଇ ଆଜି ଭୂମି ପୂଜା କରିଛି। ଏ ଏସ ଆଇ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କାଢ଼ିବା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ଏକ ଘରୋଇ କମ୍ପାନୀ ବିଡ଼ିଆର ନିର୍ମାଣ ସଂସ୍ଥା କୁ ଦାୟିତ୍ୱ ଦେଇଛି ବୋଲି କହିଛନ୍ତି ଏ ଏସ ଆଇ ସୁପରିଟେଣ୍ଡେଣ୍ଟ ଅରୁଣ ମଲିକ। ଭୂମି ପୂଜା ପରେ ପ୍ରାଥମିକ ଭାବେ ଏକ ପ୍ଲାଟଫର୍ମ ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ କରାଯାଇଛି । ଏହି ପ୍ଲାଟଫର୍ମ ରେ ଲିଫ୍ଟ ,ଟ୍ରଲି ଭଳି ବ୍ୟବସ୍ଥା ରହିବ । ଯାହାଦ୍ବାରା ମନ୍ଦିର ଗର୍ଭଗୃହରୁ ବାଲି ଓ ପଥର ବୋହିବା ସହଜ ହେବ । ପ୍ଲାଟଫର୍ମ ନିର୍ମାଣ ପରେ ମନ୍ଦିର ପଶ୍ଚିମ ଦ୍ୱାର ଦ୍ଵିତୀୟ ବେଢାରେ ମନ୍ଦିର ଗର୍ଭଗୃହକୁ ପ୍ରବେଶ ପାଇଁ ୫ ରୁ ୬ ଫୁଟରେ ଏକ ଗର୍ତ୍ତ ଖୋଳାଯିବ ଯେଉଁ ବାଟରେ ଗର୍ଭଗୃହରୁ ବାଲି କଢ଼ାଯିବ । ବାଲି କାଢ଼ିବା କାର୍ଯ୍ୟ ଏ ଏସ ଆଇ ନିଜେ କରିବ । ତେବେ ବାଲି କାଢ଼ିବା ପାଇଁ ତିନିବର୍ଷ ଲକ୍ଷ ଧାର୍ଯ୍ୟ କରାଯାଇଥିବା ଏ ଏସ ଆଇ ସୂଚନା ଦେଇଛି । ସୂଚନା ଯୋଗ୍ୟ ଯେ, ସୂର୍ଯ୍ୟମନ୍ଦିର ଗର୍ଭଗୃହ ଉପରି ଭାଗରୁ ପଥର ଖସୁଥିବା ଦେଖି ତତ୍କାଳୀନ ଇଂରେଜ ସରକାର ୧୯୦୩ ମସିହାରେ ଗର୍ଭଗୃହ ରେ ବାଲି ଭର୍ତ୍ତି କରି ସମସ୍ତ ଦ୍ବାର ବନ୍ଦ କରିଦେଇଥିଲେ । ମନ୍ଦିର ଗର୍ଭଗୃହ ରୁ ବାଲି କାଢ଼ିବା ପାଇଁ ତୁର୍କୀ ସ୍ଥିତ ସି ବି ଆର ଆଇ ପକ୍ଷରୁ ମନ୍ଦିରର ବାହ୍ୟ ଓ ଗର୍ଭଗୃହ ର ଏଣ୍ଡୋସ୍କୋପି ,ସ୍କାନିଂ କରାଯିବା ସହ ମନ୍ଦିର ଗର୍ଭଗୃହକୁ କ୍ୟାମେରା ଛଡ଼ାଯାଇ ବାଲିର ସ୍ଥିତ ଯାଞ୍ଚ ପରେ ଗର୍ଭଗୃହରେ ଉପରିଭାଗରୁ ୧୭ ଫୁଟ ବାଲି ଛାଡି ରହିଥିବା ଜଣାପଡିଥିଲା । ଶେଷରେ ଆଜି ଏ ଏସ ଆଇ ବାଲି କାଢ଼ିବା ପାଇଁ ଏକ ବଡ଼ ନିଷ୍ପତି ନେଇ କାର୍ଯ୍ୟ ଆରମ୍ଭ କରିଛି ।କୋଣାର୍କ ସୂର୍ଯ୍ୟମନ୍ଦିରରୁ ବାଲି କାଢ଼ିବା ନିଷ୍ପତ୍ତି କୁ ସ୍ଥାନୀୟ ଜନସାଧାରଣ ଓ କୋଣାର୍କ ସୁରକ୍ଷା ସମିତି ପକ୍ଷରୁ ସ୍ୱାଗତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ