କୋଣ୍ଟୁରୁ ଗ୍ରାମ ରେ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ କାର୍ଯ୍ୟକ୍ରମ ଅନୁଷ୍ଠିତ

କାଶୀନଗର, (ରାଜେଶ କୁମାର ପଟ୍ଟନାୟକ):କାଶୀନଗର ବ୍ଲକ ଅନ୍ତର୍ଗତ କୋଣ୍ଡୁରୁ ଗ୍ରାମ ନିକଟରେ ଗଜପତି ଜିଲ୍ଲା ର ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି. ଏହି ପାଣି ପଞ୍ଚାୟତ କାର୍ଯ୍ୟକ୍ରମ ରେ ସ୍ଥାନୀୟ ବିଧାୟକ ରୁପେଶ ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓ, ଉପ ଜିଲ୍ଲାପାଳ ଅନୁପ କୁମାର ପଣ୍ଡା, କାଶୀନଗର ବ୍ଲକ ଅଧ୍ୟକ୍ଷା ବାଲା ସାଇମ୍ମା, ଗୁମ୍ମା ବ୍ଲକ ଅଧ୍ୟକ୍ଷା ସୁନେମି ମଣ୍ଡଳ, ଗୋଷଣି ବ୍ଲକ ଅଧ୍ୟକ୍ଷ, କ୍ଷୁଦ୍ର ଜଳ ସେଚନ ବିଭାଗ ଅଧ୍ୟକ୍ଷଣ ଯନ୍ତ୍ରୀ କିରଣ କୁମାର ସୁବୁଦ୍ଧି ମଞ୍ଚାସିନ ହୋଇଥିଲେ. କାର୍ଯ୍ୟକ୍ରମ ରେ ଗଜପତି ଜିଲ୍ଲା ର ତିନୋଟି ବ୍ଲକ ମଧ୍ୟରୁ ପାଣି ପଞ୍ଚାୟତ ସଭ୍ୟ ସଭ୍ୟା ସମ୍ପାଦକ ଓ ସଭାପତି ମାନେ ଉପସ୍ଥିତ ରହି ଥିଲେ. ପାଣି ପଞ୍ଚାୟତ କାର୍ଯ୍ୟକ୍ରମ ରେ ସ୍ଥାନୀୟ ବିଧାୟକ ଶ୍ରୀ ପାଣିଗ୍ରାହୀ ଜଲସମ୍ପଦ ମୁଖ୍ୟତଃ ଚାଷୀ ମାନଙ୍କ ମୁଖ୍ୟ ଏବଂ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜଲସମ୍ପଦର ସୁପରିଚାଳନା ପାଇଁ ସରକାରଙ୍କ ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ ଚାଷୀଙ୍କ ଜମିକୁ ଜଳ ସେଚିତ କରିବା ଓ ସେମାନେ କିମିତି ପାଣି ପଞ୍ଚାୟତ ମାଧ୍ୟମରେ ଚାଷ ପାଇଁ ସରକାରଙ୍କ ଦ୍ୱାରା ନିର୍ଧାରିତ ଉପଯୁକ୍ତ ଯୋଜନା ମାନ ଜାଣି ପାରିବେ ସେଥିପାଇଁ ବିଭାଗ ଦୃଷ୍ଟି ଦେବା ଦରକାର ଏବଂ ଚାଷୀ ସବୁବେଳେ ବର୍ଷା ଧାର କୁ ଅପେକ୍ଷା ନ କରି ଏହି ଜଳ ସେଚନକୁ ବ୍ୟବହାର କରି ଯେମିତି ଫସଲ କରି ପାରିବ ସେଥିପାଇଁ ଗୁରୁତ୍ୱ ଦେବେ ବୋଲି ବକ୍ତବ୍ୟ ରଖିଥିଲେ. ସେହିପରି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ରାଓ ଜିଲ୍ଲା ମଧ୍ୟରେ ଜଳ ସେଚନ ବିଭାଗ ଦ୍ୱାରା ହେଉଥିବା ଉନ୍ନୟନ ମୂଳକ କାମ ସବୁ କରିବା ପୂର୍ବରୁ ଜନସାଧାରଣ ଙ୍କ ଅବଗତି ନିମନ୍ତେ ବୋର୍ଡ଼ କରିବାକୁ କହି ଚାଷୀ ମାନଙ୍କ ବିଭିନ୍ନ ସମସ୍ୟା ବିଷୟରେ କହିଥିଲେ. ଉପସ୍ଥିତ ଥିବା ଚାଷୀ ମାନେ ଗଜପତି ଜିଲ୍ଲା ର କୃଷ୍ଣ ସାଗର, ରାମ ସାଗର, ମେଲିପୋଟୁ ଜୋରୀ ବନ୍ଧ, ଗରିବନ୍ଧା ବନ୍ଧ ଏମିତି ବିଭିନ୍ନ କାର୍ଯ୍ୟ ମାନ ଅବହେଳିତ ହୋଇ ପଡିରହିଥିବା ଦର୍ଶାଇ ବିଭାଗୀୟ ଅଧିକାରୀ ମାନଙ୍କ ଉପରେ ବିମର୍ସ ହୋଇଥିବା ଦୃଷ୍ଟିକୁ ଆସିଥିଲା ଉପଜିଲ୍ଲାପାଳ ଶ୍ରୀ ପଣ୍ଡା ଚାଷୀ ମାନଙ୍କ ସମସ୍ୟା ଯାହା ସବୁ ଏଠାରେ ପ୍ରକାଶିତ ହୋଇଛି ତାହା କିପରି ସାମଧାନ ହୋଇପାରିବ ସେଥିପାଇଁ ବିଭାଗୀୟ ଅଧିକାରୀ ସ୍ୱତନ୍ତ୍ର ଦୃଷ୍ଟି ଦେଇ ସାମଧାନ କରିବାକୁ ନିର୍ଦେଶ ଦେଇଥିଲେ. ଜିଲ୍ଲା ମଧ୍ୟରେ ଥିବା ଜଳ ସେଚନ ପ୍ରକଳ୍ପ ଗୁଡିକ କିପରି କାର୍ଯ୍ୟ କ୍ଷମ ହେବ ସେଥିପାଇଁ ପଦକ୍ଷେପ ନେବା ଓ ପାଣି ପଞ୍ଚାୟତ ଗଠନ ସମୟରେ ମହିଳା ମାନଙ୍କୁ ସାମିଲ କରିବା ପାଇଁ ବ୍ଲକ ଅଧ୍ୟକ୍ଷା ସାଇମ୍ମା କହିଥିଲେ.ବିଭିନ୍ନ ବିଦ୍ୟାଳୟ ରେ ପୂର୍ବରୁ ପାଣି ପଂଚାୟତ ବିଷୟରେ ବିଭିନ୍ନ ପ୍ରତିଯୋଗିତା ରେ କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ