କୋଦଳାରେ ଇସ୍କନ ରଥକୁ ଭବ୍ୟ ସମ୍ବର୍ଦ୍ଧନା

କୋଦଳା, (ଗୁଲସନ କୁମାର କର) :-କଳିଯୁଗର ମହାମନ୍ତ୍ର ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ, ହରେ ରାମ ହରେ ରାମ ରାମ ରାମ ହରେ ହରେ। ଏହି ପବିତ୍ର ମନ୍ତ୍ରକୁ ପ୍ରଚାର ପ୍ରସାର କରି ଇସ୍କନ ଇନ୍ଟର ନ୍ୟାଶନାଲ ସୋସାଇଟି ପକ୍ଷରୁ ଏକ ରଥ ସାରା ରାଜ୍ୟରେ ବୁଲୁଥିବା ବେଳେ ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ରେ ପହଞ୍ଚିଛି । ଭଗବାନ କୃଷ୍ଣଙ୍କ ଏହି ପବିତ୍ର ନାମ ନେଇ ପଦଯାତ୍ରା କରି କୋଦଳାରେ ପହଂଚିଥିଲେ ଇସ୍କନ ଇଣ୍ଟେର୍ନେସନାଲ ସୋସାଇଟ ଫର କ୍ରିଷ୍ଣା ଚେତନାର ଅନେକ ଭକ୍ତ | ସାରା ବିଶ୍ୱରେ ନାମ ସଂକୀର୍ତନକୁ ପ୍ରଚାର ପ୍ରସାର କରିବା ପାଈଁ ବିଶେଷ ଉଦ୍ୟମ ଜାରୀ ରଖିଥିବା ଉକ୍ତ ଧାର୍ମିକ ଅନୁଷ୍ଠାନର ଭକ୍ତ ମାନେ ପହଂଚିବା ପରେ କୋଦଳା ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ନାୟକ ସମସ୍ତଙ୍କୁ ଭବ୍ୟ ସ୍ୱାଗତ ଜଣାଇଥିଲେ |ଉକ୍ତ ଧାର୍ମିକ ଅନୁଷ୍ଠାନ ତରଫରୁ ସମସ୍ତଙ୍କୁ ଭଗବାନ ଙ୍କ ନାମ, ସଂକୀର୍ତନ ଜପିବା ସହିତ ଗୀତା ଭାଗବତର ମହତ୍ତ୍ଵ ନେଇ ଭଗବାନ ଉଦ୍ୟେଶ ରେ ସମର୍ପଣ ଭାବ ରଖିବାକୁ କହିଥିଲେ | ବୃନ୍ଦାବନ ମଥୁରା ନଦିଆ ନଗରୀ ମାୟାପୁରି ଧାମ ରୁ ଏହି ରଥ ସମେତ ଇସ୍କନ ଭକ୍ତ ପଦଯାତ୍ରା କରି କୋଦଳା ଏନଏସି ରେ ପହଂଚି ଭଗବାନ ଙ୍କ ନାମ ସଂକୀର୍ତନ ର ବିଶେଷତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ | କୋଦଳା ରେ ଦୁଇଦିନ ରହଣି ପରେ ବେଗୁନିଆପଡ଼ା ତାପରେ ଖଲିକୋଟ ଏବଂ ସାରା ଓଡ଼ିଶା ପଦଯାତ୍ରା କରି ଭ୍ରମଣ କରିବେ ବୋଲି କହିଛନ୍ତି ଇସ୍କନ ଭକ୍ତ । କୋଦଳା ଠାରେ  ଦୁଇ ଦିନ ର ରହଣି ମଧ୍ୟରେ ଖୁବ ଖୁସି ଅନୁଭବ କରିଥିବା କହିଥିଲେ ଇସ୍କନ ଭକ୍ତ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ