କୋଦଳା ଓ ବେଗୁନିଆପଡାରେ ଅହିଂସା ରଥକୁ ଭବ୍ୟ ସମ୍ବର୍ଦ୍ଧନା

କୋଦଳା (ଗୁଲସନ କୁମାର କର): ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମଜୟନ୍ତୀକୁ ମହାସମାରୋହରେ ପାଳିତ ପାଇଁ ବହୁ ଲୋକାଭିମୁଖୀ ଯୋଜନାର ଆରମ୍ଭ କରାଯିବାକୁ ସ୍ଥିର ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ତରଫରୁ ଗାନ୍ଧିଜୀଙ୍କ ଅହିଂସା ନୀତିକୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନିତ କରାଯିବା ନେଇ ସଚେତନତା ଓ ଦସ୍ତଖତ ଅଭିଯାନ ଆରମ୍ଭ କରାଯାଇଛି ।
ରବିବାର ଦିନ ଗଞ୍ଜାମ ଜିଲ୍ଲା କବିସୂର‌୍ୟ୍ୟନଗର ଠାରୁ ଏହି ରଥକୁ ବିଧାୟିକା ଲତିକା ପ୍ରଧାନ ପତାକା ଦେଖାଇ ଶୁଭାରମ୍ଭ କରିବା ପରେ ଗୁଡ଼ିଆଳି,ଜରଡ଼, ବାଣନଈ, ଖରିଡା, ଭୁତ ସରସିଂ ଦେଇ ଅରଖପୁର,ଶିକୁଳା,ମଠସରସିଙ୍ଗୀ ଦେଇ କୋଦଳା ଠାରେ ପହଞ୍ଚିବା ପରେ କୋଦଳା ବସଷ୍ଟାଣ୍ଡ ଠାରେ ଏହାକୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା। ଏନେଇ ଏକ ପଥପ୍ରାନ୍ତ ନାଟକ ମଧ ଆୟୋଜିତ ହୋଇଥିଲା।ସ୍କୁଲ ଛାତ୍ରଛାତ୍ରୀ, ଅଙ୍ଗନବାଡି କର୍ମୀ, ଆଶା କର୍ମୀଙ୍କ ସମେତ ସାଧାରଣ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ। ଏହାପରେ ଏହି ରଥ ବେଗୁନିଆପଡା ଠାରେ ପହଞ୍ଚିଥିଲା।ସେଠାରେ ମଧ୍ୟ ସ୍ୱାଗତ କରି ଅହିଂସା ନିତି ଉପରେ ସଚେତନ କରାଯାଇଥିଲା। ଦସ୍ତଖତ ସମ୍ଵଳିତ ସ୍ମାରକ ପତ୍ର ରାଷ୍ଟ୍ରପତିଙ୍କ ନିକଟକୁ ପଠାଯିବ ବୋଲି ବିଧାୟିକା ଲତିକା ପ୍ରଧାନ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ