କୋଭଡି ଯୋଦ୍ଧାଙ୍କୁ ‘ଭରସାର ବନ୍ଧୁ ସମ୍ମାନ ‘ ଏକ ସୁସ୍ଥ ପରମ୍ପରା ସୃଷ୍ଟି

ଗଞ୍ଜାମ, (ବିନୋଦ ପଲାଇ):କୋଭଡି ୧୯ ମହାମାରି ସମୟରେ ଅନ୍ଯର ସହଯୋଗ ପାଇଁ ସାହାର୍ଯ୍ଯ ର ହାତ ବଢାଇଥିଲେ। ଏକ ଅଦୃଶ୍ଯ ଜିବାଣୁ ସହ ସାରା ଓଡିଶା ଭୟଭିତ ହୋଇ ରହିଥିବା ବେଳେ କିଛି ଯୁବ ବ୍ଯକ୍ତିତ୍ବ ଅନ୍ଯ ମାନଙ୍କୁ ସ୍ବାସ୍ଥ୍ଯସେବା, ରକ୍ତଦାନ, ଅକ୍ସିଜେନ ପ୍ରଭୃତି ଅତ୍ଯାବଶ୍ଯକ ବ୍ଯବସ୍ଥା କରାଇ ଲୋକଙ୍କ ଭରସା ଜିଣିଥିଲେ। ଏଭଳି କୋଭିଡ଼ି ଯୋଦ୍ଧାଙ୍କୁ ‘ ଭରସା ର ବନ୍ଧୁ ସମ୍ମାନ ‘ ରେ ସମ୍ମାନିତ କରାଯିବା ସମାଜରେ ଏକ ସୁସ୍ଥ ପରମ୍ପରା ସୃଷ୍ଟି କରିଛି ବୋଲି ମତ ପ୍ରକାଶ ପାଇଛି। ଯୁବ ଦିବସ ଅବସରରେ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ପରିସର ଗୀତ ଗୋବିନ୍ଦ ସଦନରେ ଗଞ୍ଜାମ ର ଅଗ୍ରଣୀ ଅନୁଷ୍ଠାନ ଭରସା ପକ୍ଷରୁ ଆୟୋଜିତ ହୋଇଥିଲା ‘ଭରସାର ବନ୍ଧୁ’ ସମ୍ମାନ ସାମାରୋହ। ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ପୂର୍ବତନ ଉପ-ବାଚଷ୍ପତି ତଥା ବର୍ତ୍ତମାନ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଉପଦେଷ୍ଟା ରାମଚନ୍ଦ୍ର ପଣ୍ଡା , ମୁଖ୍ୟ ବକ୍ତା ରୂପେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଉପଦେଷ୍ଟା ଶିଶିର କୁମାର ପରିଜା ଯୋଗ ଦେଇଥିଲେ । ସମ୍ମାନିୟ ଅତିଥି ରୂପେ କୋଲ୍ ଇଣ୍ଡିଆର ପୂର୍ବତନ ନିର୍ଦ୍ଦେଶକ ବିଷ୍ଣୁଦାଶ, ସମାଜସେବୀ, ତଥା ନାରୀନେତ୍ରୀ ସୁଜାତା ସାବତ, ବରିଷ୍ଠ ସମାଜସେବୀ ପି. ରାମଚନ୍ଦ୍ର ପୃଷ୍ଟି, ସାମ୍ବାଦିକ ତଥା ସଂସ୍କୃତି ଗବେଷକ ବଳଭଦ୍ର ରଥ, ସମ୍ଭକାର ସୁଦର୍ଶନ ଛୋଟରାୟ, ବରିଷ୍ଠ ସାମ୍ବାଦିକ ସୁଜ୍ଞାନ ଚୌଧୁରୀ , ନିୟୁଜ ଓଡିଶା ରୁମର ସମ୍ପାଦକ ପଦ୍ମଲୋଚନ ମହାପାତ୍ର , ସମ୍ପର୍କ ମିଡ଼ିଆ ର ସମ୍ପାଦକ ସନତ କୁମାର ପଣ୍ଡା, ଶିକ୍ଷାବିତ୍ ସବିତାରାଣୀ ପଟ୍ଟନାୟକ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଭରସା ଅନୁଷ୍ଠାନ ର ଏଭଳି କାର୍ଯ୍ଯ ଭୂୟସୀ ପ୍ରଶଂସା କରିଥିଲେ। ଯୁବସମାଜ ଦେଶର ଭବିଷ୍ୟତ। ସେମାନଙ୍କ ଗଠନ ମୂଳକ କାର୍ଯ୍ଯ ଦ୍ବାରା ରାଷ୍ଟ୍ର ର କଲ୍ଯାଣ ହେବ। ଯୁବ ସମାଜ ରାଷ୍ଟ୍ର ନିର୍ମାଣ ରେ ବ୍ରତୀ ହେବାକୁ ପରାମର୍ଶ ଦେଇଥିଲେ। ସମାଜର ଅଢୁଆଳରେ ରହି ପ୍ରାକୃତିକ ବିପର୍ଯ୍ୟୟ ଠାରୁ ସ୍ବାସ୍ଥ୍ୟ, ଶିକ୍ଷା, ପ୍ରଭୃତି କାର୍ଯ୍ଯରେ ଲୋକଙ୍କୁ ନିରବିଚ୍ଛିନ୍ନ ଭାବେ ସେବା ଯୋଗାଇ ଆସୁଥିବା ଯୁବବର୍ଗଙ୍କୁ ସାରା ଓଡିଶାରୁ ଖୋଜି ଗୋଟିଏ ମଞ୍ଚରେ ସମ୍ମାନିତ କରାଇବା ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି ଅତିଥି ମାନେ କହିଥିଲେ। ଏହି ଅବସରରେ ବିଭିନ୍ନ ଜିଲ୍ଲାରୁ ଡାକ୍ତର, ସାମ୍ବାଦିକ,ପ୍ରଶାସନ ଅଧିକାରୀ, ପୋଲିସ, ସ୍ୱେଚ୍ଛାସେବୀ, ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନାବାଡ଼ି, ଅଶା, ଶିକ୍ଷକ, ବ୍ୟବସାୟୀ,ଙ୍କୁ ସମ୍ମାନିତ କରାଯାଇଥିଲା।ଭରସାର ସଭାପତି ଦିଲ୍ଲୀପ କୁମାର ପଟ୍ଟନାୟକ ସଭାପତିତ୍ବ କରିଥିଲେ। ସମ୍ପାଦକ ଦୁର୍ଗା ମାଧବ ପାଣିଗ୍ରାହୀ ଅତିଥି ପରିଚୟ ଅନୁଷ୍ଠାନ ବିବରଣୀ ପାଠ କରିଥିଲେ। ଏକ ଦଶନ୍ଧିରୁ ଅଧିକ ସମୟ ଧରି ‘ଭରସା’ ପକ୍ଷରୁ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଆସୁଛି ବୋଲି କହିଥିଲେ।
ଅଧ୍ୟାପକ ଗିରିଶ କୁମାର ଆଚାର୍ଯ୍ୟ ଓ ଯୁବ ସମାଜସେବୀ ବିପିନ ଚନ୍ଦ୍ର ମହାପାତ୍ର ସଂଯୋଜନା କରିଥିଲେ। ରାଜା ମହାନ୍ତି, ଲିଟୁଦାସ, ପ୍ରଭାତ ବିଶ୍ୱାଳ, ପ୍ରମୋଦ ପଣ୍ଡା, ପ୍ରଭାତ ସାହୁ, ଧର୍ମରାଜ ପାତ୍ର ପ୍ରମୁଖ ପରିଚାଳନା କରିଥିଲେ। ଶେଷରେ ସ୍ୱେଚ୍ଛାସେବୀ ସାମା ରେଡି ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଦୁଇ ଶହରୁ ଅଧିକ ଲୋକ ଯୋଗଦେଇ ସ୍ୱେଚ୍ଛାସେବୀ ସଂଗଠନ ‘ଭରସା’ ସମେତ ସମସ୍ତ ସମ୍ମନୀତ ବ୍ୟକ୍ତିବିଶେଷଙ୍କୁ ଉତ୍ସାହିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ