ଆଂଚଳିକ ସାମ୍ବାଦିକ ସଂଘର ବୈଠକ
ଶେରଗଡ, (ବିଭୁ ପ୍ରସାଦ ଦାସ):ଶେରଗଡ ବ୍ଳକ ଅନ୍ତର୍ଗତ ବରିକୋଟ ମାଁ ଠାକୁରାଣୀ ପୀଠରେ ଆଂଚଳିକ ସାମ୍ବାଦିକ ସଂଘର ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକ ରେ ସଂଘର ସଭାପତି ସୂର୍ଯ୍ଯନାରାୟଣଦାଶ ଅଧକ୍ଷତା କରିଥିଲେ। ପ୍ରାରମ୍ଭରେ ଏକ ଗଣବେଶକୁ ଶୁଭାରମ୍ଭ ସହ ସମସ୍ତ ସଭ୍ଯ ଉକ୍ତ ଗଣବେଶ ପରିଧାନ କରିଥିଲେ। ସଂଘ ପକ୍ଷରୁ ନିୟମିତ ବୈଠକ କରିବା। ସମସ୍ତ ଅନୁଷ୍ଠାନ ଏଦିଗରେ ସୂଚନା ଦେବା ସହ ନିମନ୍ତ୍ରଣ ସଂଘ ନାମରେ ପ୍ରଦାନ କରିବାକୁ କୁହାଯାଇଥିଲା। ସଂଘର ସଭ୍ଯ ମାନେ ଭାଇଚାରା ରେ ରହିବା ସହ ସମସ୍ତ ଙ୍କ ପ୍ରତି ଉତ୍ତମ ଭାବ ପ୍ରଦର୍ଶନ କରିବାକୁ ବୈଠକ ରେ ଆଲୋଚନା ହୋଇଯାଇଛି। ଏହି ସଂଘର ଭତ୍କଳ ସାମ୍ବାଦିକ ସଂଘ ରେ ଅନୁବନ୍ଧିତ ହୋଇଥିବାରୁ ଚଳିତ ବର୍ଷ ସଭ୍ଯ ପଂଜିକରଣ କରିବାକୁ ଉତ୍କଳ ସାମ୍ବାଦିକ ସଂଘ ବ୍ଳକ ସଭାପତି ଅଖିଳ କୁମାର ପଟ୍ଟନାୟକ ଓ ସଂଘର ଦେବୀ ପ୍ରସାଦ ଦାଶ କହିଥିଲେ। ସଂଘ ଚଳିତ ବିଭିନ୍ନ ସାମାଜିକ ସେବା କରିବା ସହ ସଂଘ ସାଧାରଣ ଲୋକଙ୍କ ନିମନ୍ତେ କାମ କରିବାକୁ ସଂଘର ସଭ୍ଯ ମାନେ ଗୁରୁତ୍ବାରୋପ କରି କହିଥିଲେ। ସମସ୍ତ ସଭ୍ଯ ମାନେ ଦଳର ଶୃଙ୍ଖଳାକୁ ଗୁରୁତ୍ବ ଦେବାକୁ କୁହାଯାଇଥିଲା। ଉକ୍ତ ବୈଠକରେ ସମସ୍ତ ସଭ୍ଯ ମାନେ ଯୋଗଦେଇ ଥିଲେ।


