କୋଭିଡ଼୍ ସପ୍ତାହ ଅନ୍ତିମ ଦିବସ ଅବସରରେ ଭଞ୍ଜନଗର ଏନ.ଏ.ସି ପକ୍ଷରୁ ସଚେତନତା ରାଲି

ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଏନ.ଏ.ସି ଓ ବ୍ଲକ ପ୍ରଶାସନ ପକ୍ଷରୁ କୋଭିଡ଼ ସପ୍ତାହ ପାଳନ ପାଇଁ ପ୍ରତ୍ୟେକ ଦିନ ବିଭିନ୍ନ ପ୍ରକାରର କାଯ୍ୟକର୍ମ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଯାଉଥିବା ବେଳେ ଗୁରୁବାର ଅନ୍ତିମ ଦିବସ ଅବସରରେ ଭଞ୍ଜନଗର ଏନ.ଏ.ସି ପକ୍ଷରୁ ଏକ ଜନସଚେତନତା ରାଲି କରାଯାଇଛି। ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜଙ୍କ ତତ୍ୱ।ବଧାନ ରେ କୋରନା ମହାମାରୀ କୁ ଭଞ୍ଜନଗର ଅଂଚଳରୁ ମୂଳପୋଛ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ସଚେତନତା ରାଲି ଅବସରରେ ସ୍ବାସ୍ଥ୍ୟକର୍ମୀ,ଏଏନ୍ଏମ୍ , ଅଙ୍ଗନବାଡି କର୍ମୀ, ୱ।ଡ଼ ଅଫିସର, ସ୍ୱଚ୍ଛସାଥି,କୋଭିଡ଼ ମନିଟର,ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସମେତ ଅଂଚଳର ସମାଜ ସେବୀ କୋଭିଡ଼ ଶପଥ ପାଠ କରିବା ସହ ସାମାଜିକ ଦୂରତ୍ୱ ଓ କୋଭିଡ଼ କଟକଣା କୁ ପାଥେୟ କରି ବିଭିନ୍ନ ସ୍ଲୋଗାନ ଲେଖାଥିବା ପ୍ଲାକାଡ଼ ଧରି ଏନ.ଏ.ସି କାଯ୍ୟାଳୟ ପରିସରରୁ ବାହାରି ଭଞ୍ଜନଗର ଏନ.ଏ.ସି ଅଂଚଳ ପରିକ୍ରମା କରି କୋରନା ହାରିବା ଆମେ ଜିତିବା , ମାସ୍କ ପିନ୍ଧନ୍ତୁ , ସାମାଜିକ ଦୂରତ୍ୱ ବଜାୟ ରଖନ୍ତୁ , ସାବୁନରେ ଭଲ ଭାବରେ ହାତ ଧୁଅନ୍ତୁ , ସର୍ବସାଧାରଣ ଜାଗାରେ ଛେପ ପକାନ୍ତୁ ନାହିଁ ଏହି ପରି ଭାବେ ବିଭିନ୍ନ ପ୍ରକାରର ସ୍ଲୋଗାନ ଦେଇ ଭଞ୍ଜନଗର ଜନସାଧାରଣ ଙ୍କୁ ସଚେତନତା କରିଥିଲେ। ଏହି ଅବସରରେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ତହସିଲଦାର ଆଲୋକ କୁମାର ପ୍ରଧାନ,ଏନ.ଏ.ସି କାଯ୍ୟ ନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟଙ୍କ ସମେତ ବହୁ କର୍ମଚାରୀ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ