ଗଞ୍ଜାମ ଏନ.ଏ.ସି ରେ ପରିକ୍ରମା କଲା କରୋନା ସଚେତନତା ରଥ
ଗଞ୍ଜାମ,(ୱାଇଏନ୍ଏସ୍): ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଚାଲିଥିବା କୋଭିଡ଼ି ସପ୍ତାହ ପାଳନର ଶେଷ ଦିବସରେ ଗଞ୍ଜାମ ଏନ.ଏସି ରେ କୋଭିଡି ସଚେତନତା ରଥ ପରିକ୍ରମା କରି କରୋନା ସଂକ୍ରମଣକୁ ମାତା ଦେବା ପାଇଁ ସଚେତନତା କରିଥିଲେ । ଏନ.ଏସି କାର୍ଯ୍ୟାଳୟରୁ ଏହି ସଚେତନତା ରଥକୁ ପତାକା ଦେଖାଇ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭୁ କଲ୍ୟାଣ ଦାସ,ସି.ଡି.ପି.ଓ ସଲୀଳା ପ୍ରଧାନ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ପରିପ୍ରେକ୍ଷୀରେ ଏନ.ଏ.ସିର ବିଭିନ୍ନ ୱାଡ଼ ପରିକ୍ରମା କରି ଲୋକଙ୍କୁ ମାସ୍କ ପିନ୍ଧିବା,ସମଦୁରତା ରକ୍ଷାକରିବା, ପଞ୍ଚସୁତ୍ରୀ ପାଳନ, କରୋନା ହାରିବ, ଗଞ୍ଜାମ ଜିତିବ ନେଇ ସଚେତନତା କରିଥିଲେ । ଏହି ଅବସରେର ମାସ୍କ ପିନ୍ଧିନଥିବା ଲୋକଙ୍କୁ ମାଗଣାରେ ମାସ୍କ ବଣ୍ଟନ କରାଯାଇଥିଲା । ସେହିପରି ସଫେଇ କର୍ମଚାରୀଙ୍କୁ ମାଗଣାରେ ରାସନ ବଣ୍ଟନ କରାଯାଇଥିଲା । ଏହି ସଚେତନତା ରାଳିରେ ସିଓ ଅନିତା ଅଂଶୁମାଳି ସାହୁଙ୍କ ସମେତ ଅଙ୍ଗାନାବାଡି ଦିଦି, ସହାୟକ, କୋଭିଡ଼ି ସଖି, ସଫେଇ କର୍ମଚାରୀ ,ଏନ.ଏ.ସି କର୍ମଚାରୀ ସାମିଲ ହୋଇଥିଲେ । ଏହି ସପ୍ତାହ ପାଳନ ଅବସରରେ ବିଭିନ ପ୍ରତିଯୋଗିତା ,ବରିଷ୍ଠ ନଗରିକମାନଙ୍କୁ ନେଇ ସଚେତନତା ରାଲି କରାଯାଇଥିଲା |


