କୋଭିଡ଼-୧୯ ଟୀକାକରଣ ପ୍ରତିଷେଧକ କାର୍ଯ୍ୟକ୍ରମର ସଫଳତା ସମ୍ପର୍କିତ ଜିଲ୍ଲାସ୍ତରୀୟ ସମୀକ୍ଷା ଓ ଅନୁଭୂତି ବୈଠକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଆଜି କୋଭିଡ଼-୧୯ ଟୀକାକରଣ ପ୍ରତିଷେଧକ କାର୍ଯ୍ୟକ୍ରମର ସଫଳତା ସମ୍ପର୍କିତ ଜିଲ୍ଲାସ୍ତରୀୟ ସମୀକ୍ଷା ଓ ଅନୁଭୂତି ପ୍ରଦାନ ଉପରେ ଏକ ବୈଠକ ଏଚଏଲଏଫପିପିଟି: ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ।“ଏଚଏଲଏଫପିପିଟି” ସଂସ୍ଥାର ରାଜ୍ୟ ଅପରେସନାଲ ମ୍ୟାନେଜର ଶ୍ରୀ ରାଜେଶ ବେହେରାଙ୍କ ସଭାପତିତ୍ବରେ ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ାଃ ପ୍ରଦୀପ କୁମାର ପାତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଗଜପତି ଜିଲ୍ଲାରୁ କରୋନାକୁ ସମ୍ପୂର୍ଣ୍ଣ ମୂଳପୋଛ କରିବା ପାଇଁ ଯେଉଁ ମାନଙ୍କ ଯୋଗଦାନ ଫଳରେ କୋଭିଡ଼-୧୯ ଟୀକାକରଣ କାର୍ଯ୍ୟକ୍ରମ ସମ୍ପୂର୍ଣ ସଫଳ ହୋଇଥିଲା ସେଥିପାଇଁ “ଏଚଏଲଏଫପିପିଟି” ସଂସ୍ଥାର ଅବଦାନ ଯଥେଷ୍ଟ ଥିଲା । କରୋନା ମହାମାରୀ ଭଳି ଅତ୍ୟନ୍ତ ସମ୍ବେଦନଶୀଳ ପରିସ୍ଥିତିରେ ସେମାନେ ବିଭିନ୍ନ ସ୍ଥାନକୁ ଯାଇ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ଟୀକାକରଣ କରାଇବାରେ ସକ୍ଷମ ହେବା ସହ ଜିଲ୍ଲାକୁ କରୋନା ମହାମାରୀ କବଳରୁ ରକ୍ଷାକରି ଲୋକଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଆଣିବାରେ ସହାୟକ ହୋଇ ପାରିଥିଲେ ବୋଲି କହିଥିଲେ ।ଏହି କାର୍ଯ୍ୟକ୍ରମରେ ସଂସ୍ଥାର ରେଜିଓନାଲ ମ୍ୟାନେଜର ଜ୍ୟୋତି କୁମାର ରଥ ପାୱାର ପଏଣ୍ଟ ମାଧ୍ୟମରେ କୋଭିଡ ସମୟରେ କିଭଳି ବିଭିନ୍ନ ସ୍ଥାନରେ ଲୋକଙ୍କୁ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଟିକାକରଣ କରାଇବାରେ ସକ୍ଷମ ହୋଇଥିଲେ , ତାହା ଉପସ୍ଥିତ ସମସ୍ତଙ୍କୁ ପ୍ରଦର୍ଶନ କରାଇ ଥିଲେ ।ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡିପିଏଚଓ ଡ଼ାଃ ମୁବାରକ ଅଲ୍ଲୀ , ଜିଲ୍ଲା ରୋଗ ନିୟନ୍ତ୍ରକ ଡ଼ାଃ ଆନନ୍ଦ ଚନ୍ଦ୍ର ସାମନ୍ତରାୟ , ଏଡିପିଏଚଓ ଡ଼ାଃ ମହେନ୍ଦ୍ର ଭୂୟାଁ , ଡିପିଏମ: ସୌମ୍ୟା ରାଣୀ ଗୌଡ ଡିଏମଆରସିଏଚ: ଶ୍ରୀମତୀ ପ୍ରଣତି ସାହୁ , ଏଡିପିଏଚସିଓ: ଶ୍ରୀ ନେତ୍ରାନନ୍ଦ ଶତପଥି ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇ କୋଭିଡ଼-୧୯ ର ବିଭିନ୍ନ ଦିଗ ସମ୍ପର୍କରେ ନିଜ ନିଜର ଅନୁଭୂତି ସମ୍ପର୍କରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଥିବା ବିଭିନ୍ନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ଓ ପିଏଚଇଓ:ଙ୍କ ସମେତ କୋଭିଡ଼-୧୯ ବେଳେ ଟିମ-ୱାର୍କ ଭାବେ ସହଯୋଗ କରି ସେବା ଦେଇଥିବା କର୍ମକର୍ତ୍ତା ମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ସଂସ୍ଥାର ଜିଲ୍ଲା ଅଧିକାରୀ ଶ୍ରୀ ଡିଜେନ ରାଉଳ ଏବଂ ବ୍ଲକ୍ ସଂଯୋଜକ ଶ୍ରୀ ବିଜୟ ଶଙ୍କର ପାଢ଼ୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।ଏହି କାର୍ଯ୍ୟକ୍ରମ ଅବସରରେ କୋଭିଡ଼-୧୯ ମହାମାରୀ ସମୟରେ ଅନ୍ୟ ଯେଉଁ ମାନଙ୍କ ସହଯୋଗ ଫଳରେ ଉଚିତ୍ ସେବା ହୋଇ ପାରିଥିଲା ସେମାନେ ସେମାନଙ୍କ ସେହି ସମୟର ଅନୁଭୂତି ବଖାଣି ଥିଲେ ଏବଂ ପରେ ସେମାନଙ୍କୁ ସଂସ୍ଥା ପକ୍ଷରୁ ସମ୍ମାନୀତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ