କୋଭିଡ୍‌-୧୯ ଆଇନ ଉଲଂଘନ;ବାଲିଯାତ୍ରା କମିଟିକୁ ଏକ ଲକ୍ଷ ଜରିମାନା

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଅଡବା ପାତ୍ର ସାହିରେ ପାରମ୍ପରିକ ବାଲିଯାତ୍ରା ପ୍ରତି ବର୍ଷ ପାଳନ ହୁଏ । ଚଳିତ ବର୍ଷ ମଧ୍ୟ ଜାକଜକମରେ ବାଲିଯାତ୍ରା ପାଳନ ହେଉଥିଲା । କୋଭିଡ୍‌-୧୯ ନିୟମ ଉଲଂଘନ କରି ପୁଜା ସ୍ଥଳରେ ୧୦୦ରୁ ଅଧିକ ବ୍ୟକ୍ତି ରୁଣ୍ଡ ହୋଇ ପୁଜାର୍ଚ୍ଚନା କରୁଥିଲେ । ପ୍ରଶାସନ ନିୟମ ଅନୁସାରେ ଯେ କୌଣସି ପୁଜା ଉତ୍ସବ ପାଳନ କଲେ ସର୍ବଧିକ ୭ଜଣ ବ୍ୟକ୍ତି ସାମାଜିକ ଦୁରତ୍ୱ ଓ ମାସ୍କ ପରିଧାନ କରି ଉପସ୍ଥିତ ରହି ପାରିବେ । ସେହିପରି ସ୍ଥାନୀୟ ପ୍ରଶାସନର ଅନୁମତି ନେବାକୁ ବାଧ୍ୟ । କିନ୍ତୁ ପୁଜା ସ୍ଥଳରେ ଏହାର ବ୍ୟତିକ୍ରମ ଦେଖାଯାଇଥିଲା । ଅଡବା ଥାନାଧିକାରୀ ତପନ କୁମାର ପତି ଏବଂ ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀ ସେଠାରେ ପହଞ୍ଚି ବାଲି ଯାତ୍ରାକୁ ବନ୍ଦଗ କରିବା ସହ ପୁଜା କମିଟିକୁ ୨୪ଘଣ୍ଟା ମଧ୍ୟରେ ଏକ ଲକ୍ଷ ଟଙ୍କା ଜରିମାନା ଦେବା ସହ କାରଣ ଦର୍ଶଅ ନୋଟିସ ଜାରି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ