କୋଭିଡ୍ ଯୋଦ୍ଧା ସାମ୍ବାଦିକଙ୍କୁ କରୋନା ଟୀକା ମିଳିବ କେବ ?

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ସାରା ଭରତରେ କରୋନାର ଭୟାବହତା ସମୟରେ ସାମ୍ବାଦିକ ମାନେ ନିଜ ଜୀବନକୁ ପାଣି ଛଡାଇ ବିଭିନ୍ନ ଅଞ୍ଚଳ ଗସ୍ତ କରି କରୋନା ଜନିତ ଖବର ସଂଗ୍ରହ କରି ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ସହ ସାଧାରଣଙ୍କୁ ସଚେତନତା ପାଇଁ ବିଭିନ୍ନ ଖବର ପରିବେଷଣ କରି କରୋନା ଯୋଦ୍ଧା ସାଜିଥିଲେ । ସାମ୍ବାଦିକମାନଙ୍କ ଏଭଳି ଦାୟିତ୍ୱବାନ କାର୍ଯ୍ୟ କରୁଥିବା ବେଳେ ଅନେକ ସାମ୍ବାଦିକ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ ମଧ୍ୟ କରିଛନ୍ତି । ବର୍ତ୍ତମାନ ଦେଶକୁ କରୋନା ଟୀକା ଆସିଲା । କେନ୍ଦ୍ର ଓ ରାଜ୍ୟ ସରକାର ଆଗଧାଡିର କରୋନା ଯୋଦ୍ଧା ଭାବେ ସ୍ୱାସ୍ଥ୍ୟ ବିଭାଗ, ପୋଲିସ, ପୌରପରିଷଦ କର୍ମଚାରୀ, ଅଙ୍ଗନୱାଡି, ଆଶାକର୍ମୀ, ପ୍ରଶାସନିକ ସମସ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କୁ କରୋନା ପ୍ରତିଷେଧକ ଟୀକା ପ୍ରଦାନ କଲେ ଅନେକଙ୍କୁ ଏଥିରେ ଦ୍ୱିତୀୟ ଥର ପାଇଁ ମଧ୍ୟ ଟୀକା ପ୍ରଦାନ ସରିଲାଣି । ହେଲେ ପରଦା ଆଢୁଆଳରେ ଅଣଦେଖା ହୋଇ ରହିଗଲେ ଅନ୍ୟତମ କରୋନା ଯୋଦ୍ଧା ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ସାମ୍ବାଦିକମାନେ । ଏନେଇ ସାମ୍ବାଦିକମାନଙ୍କ ଠାରେ ଅସନ୍ତୋଷ ପ୍ରକାଶ ପାଇଛି । ଗଜପତି ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଗରୁଡଧ୍ୱଜ ଚୌଧୁରୀ, ସାଧାରଣ ସମ୍ପାଦକ ତାରିଣୀ ପ୍ରସାଦ ପଣ୍ଡା ଏନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସାମ୍ବାଦିକମାନଙ୍କୁ ପୂର୍ବରୁ କରୋନା ଯୋଦ୍ଧା ଭାବେ ସରକାରୀ ଭାବେ ଚିହ୍ନଟ କରାଯାଇଛି । ତଥାପି ଆଜି ପର୍ଯ୍ୟନ୍ତ ଏହାକୁ କୌଣସି ଗୁରୁତ୍ୱ ନଦେଇ କରୋନା ଯୋଦ୍ଧା ସାମ୍ବାଦିକ ମାନଙ୍କୁ ପ୍ରତିଷେଧକ ଟୀକା ପ୍ରଦାନରେ ସାମିଲ କରାଯାଇନି । ଅତି ତୁରନ୍ତ ସମସ୍ତ ସାମ୍ବାଦିକମାନଙ୍କୁ କରୋନା ପ୍ରତିଷେଧକ ଟୀକା ପ୍ରଦାନ କରିବାପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଏମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ