କୋଭିଡ୍ ଶ୍ମସାନକୁ ସ୍ଥାନୀୟ ଅଞ୍ଚଳରେ ବିରୋଧ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ରାମନଗର ଠାରେ ପ୍ରଶାସନ ପକ୍ଷରୁ ଏକ ସ୍ଥାନକୁ କୋଭିଡ୍ ଶ୍ମସାନ ଭାବେ ଚିହ୍ନଟ କରାଯାଇଥିବା ବେଳେ ତାକୁ ସ୍ଥାନୀୟ ଅଞ୍ଚଳରେ ବିରୋଧ କରାଯାଇଛି । ଏଠାରେ ଘସି ଓ କାଠର ଅଭାବ ଯୋଗୁଁ ବିଦ୍ୟୁତ ଚୁଲା ଦ୍ୱାରା ଶବ ଦାହ ପାଇଁ ପ୍ରଶାସନ ପକ୍ଷରୁ ଜାଗା ଚିହ୍ନଟ କରାଯାଇଥିଲା । ମାତ୍ର କାର୍ଯ୍ୟ ଆରମ୍ଭ ହେବା ପର୍ବରୁ ସ୍ଥାନୀୟ ବାସିନ୍ଦାମାନେ ପ୍ରତିବାଦ କରିଛନ୍ତି । ପ୍ରଶାସନିକ ଅଧିକାରୀ ଓ ତହସିଲଦାର ପହଞ୍ଚି ଆନ୍ଦୋଳନକାରୀ ଲୋକଙ୍କ ସହ ଆଲୋଚନା ପରେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା । ଅସନ୍ତୋଷ ବୃଦ୍ଧି ପାଉଥିବା ଯୋଗୁଁ ସ୍ଥାନୀୟ ବାସିନ୍ଦାଙ୍କ ନେତୃ ମଣ୍ଡଳୀ ସହ ଆଲୋଚନା ହେବାକୁ ନିଷ୍ପତ୍ତି ହୋଇଛି । ପରବର୍ତ୍ତି ସମୟରେ ହିଁ ସ୍ପଷ୍ଟ ହେବ । ପୁର୍ବ ଚିହ୍ନଟ ସ୍ଥାନରେ ଶ୍ମସାନ ହେବ କିମ୍ବା ଏହା ଅନ୍ୟ କୌଣସି ସ୍ଥାନକୁ ସ୍ଥାନାନ୍ତରିତ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ