କୋଭିଡ ରୁ ଦୂରେଇ ରହିବା ପାଇଁ ଗାଁକୁ ଗାଁ ବୁଲି ସଚେତନତା କଲେ

ଛତ୍ରପୁର, (ଦେବଦତ୍ତ ମହାରଣା) :ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣକୁ ରୋକିବା ନିମନ୍ତେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଘନ ଘନ ବୈଠକ କରି ଜନସାଧାରଣଙ୍କ ମଧ୍ୟରେ ସଚେତନତା କାର୍ଯ୍ୟକୁ ବ୍ୟାପକ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ଘରୁ ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ ଏବଂ ଟିକାକରଣ ଯେପରି ଶତ ପ୍ରତିଶତ ହେବ ତା ଉପରେ ମଧ୍ୟ ସେ ଗୁରୁତ୍ୱ ଦେଇଛନ୍ତି । ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ମା ମାନେ ଘରକୁ ଘର ବୁଲି ମାସ୍କ ପରିଧ୍ୟାନ, ଟିକାକରଣ ଉପରେ ସମସ୍ତଙ୍କୁ ବୁଝାଇବା ସହ କୋଭିଡ୍ ରୁ କିପରି ଦୂରେଇ ରହିବେ ସେଥି ନିମନ୍ତେ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଛତ୍ରପୁର ବିଡିଓ ସାରଦା ପ୍ରସନ୍ନ ପଣ୍ଡାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ବ୍ଲକର ବିଭିନ୍ନ ଗ୍ରାମାଂଚଳ ମାନଙ୍କରେ କମ୍ୟୁନିଟି କ୍ୟାଡର ମାନେ ଘରକୁ ଘର ବୁଲି ଜନସାଧାରଣଙ୍କୁ କୋଭିଡ ଭାଇରସ୍ ସଂପର୍କରେ ସଚେତନତା କରୁଛନ୍ତି । ଏମବିକେ, ସିଆରପି, କୃଷି ମିତ୍ର, ପ୍ରାଣୀ ମିତ୍ର ଏବଂ ଏସଏସଜି ମା ମାନେ ଶିଶୁ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ କୋଭିଡ୍ ଲକ୍ଷଣ ଉପରେ ସଚେତନତା କରାଇବା ସହ ଥଣ୍ଡା, ଜ୍ୱର, କାଶ ଆଦି ଲକ୍ଷଣ ଥିବା ବ୍ୟକ୍ତି ବିଶେଷ ମାନେ ଡାକ୍ତରଙ୍କ ପରାମର୍ଶ ନେବା ପାଇଁ କହିଛନ୍ତି । ଏହା ସହ ହାତ ଧୋଇବା, ମାସ୍କ ପରିଧ୍ୟାନ କରିବା, ଜନଗହଳିରୁ ଦୂରେଇ ରହିବା ଭଳି ବିଭିନ୍ନ ସଚେତନତା କରୁଥିବା ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ