କୋଭିଡ-୧୯ ଉପରେ ଶର୍ଟ ଫିଲ୍ମ ‘ସି ପ୍ଲସ’

ସାରା ବିଶ୍ବରେ କୋଭିଡ-୧୯ କାୟା ବିସ୍ତାର କରିବାରେ ଲାଗିଛି। ଏହି ମହାମାରୀ କାରଣରୁ ସାରା ଦେଶକୁ ଦୀର୍ଘଦିନ ହେଲା ଲକଡାଉନ ରଖାଯାଇଛି। ସବୁ କାମଦାମ ବନ୍ଦ ପଡ଼ିଛି। ଆଗକୁ କ’ଣ ହେବ, କ’ଣ ନାହିଁ, ତାହାକୁ ନେଇ ସରକାରଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ଚିନ୍ତାରେ ରହିଛନ୍ତି। ଏପରିସ୍ଥଳେ କୋଭିଡ-୧୯ ଉପରେ ନିର୍ମିତ ଏକ ଶର୍ଟ ଫିଲ୍ମ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କୋରୋନା ଭାଇରସର ଡର ଲୋକଙ୍କ ଭିତରେ କିପରି ରହିଛି, ତାହା ଏହି ଫିଲ୍ମରେ ଦେଖିବାକୁ ମିଳୁଛି। ଗଜିବୋ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ଏହି ଫିଲ୍ମ ‘ସି ପ୍ଲସ’ରେ ବରୁଣ ବ୍ୟାସଙ୍କ ଜବରଦସ୍ତ ଅଭିନୟ ଦେଖିବାକୁ ମିଳୁଛି।
କୋଭିଡ-୧୯ ଉପରେ ନିର୍ମିତ ଏହି ୬ ମିନିଟ ୫୧ ସେକେଣ୍ଡ ଅବଧିର ଶର୍ଟ ଫିଲ୍ମର ପ୍ରଯୋଜନା ସୁବୋଧ ପାଣ୍ଡେ ପ୍ରଯୋଜନା କରିଛନ୍ତି। ଏହାର ନିର୍ଦେଶନା ମିଳିତ ଭାବେ ସୁବୋଧ ପାଣ୍ଡେ ଓ ହର୍ଷବର୍ଦ୍ଧନ ବ୍ୟାସ ଦେଇଛନ୍ତି। ଏହି ଶର୍ଟ ଫିଲ୍ମରେ ଦେଖିବାକୁ ମିଳୁଛି ଯେ ନ୍ୟୁଜ ଚାନେଲ ଠାରୁ ଆରମ୍ଭ କରି ଖବରକାଗଜ ପର୍ଯ୍ୟନ୍ତ ସବୁଆଡ଼େ କୋରୋନା ଭାଇରସର ଭୟାବହତା ଖବର ଦେଖିବାକୁ ମିଳୁଛି। ସମସ୍ତେ ଏହି ସଂକ୍ରାମକ ରୋଗ ପାଇଁ ଚିନ୍ତାରେ ରହିଛନ୍ତି। ସାରା ବିଶ୍ବରେ ଏହି ମହାମାରୀ ପାଇଁ ଲକ୍ଷ ଲକ୍ଷ ଲୋକ ମ୍‌ତ୍ୟୁମୁଖରେ ପଡ଼ିଛନ୍ତି। ଏହି ସମୟରେ ବରୁଣ ବ୍ୟାସଙ୍କ ସମ୍ମୁଖରେ ତାଙ୍କ ଚେହେରା ଆସୁଛି, ଯିଏ ନିଜକୁ କୋରୋନା ଭାଇରସ ବୋଲି କହୁଛନ୍ତି। ଏହି ଶର୍ଟ ଫିଲ୍ମରେ ଦେଖିବାକୁ ମିଳୁଛି ଯେ କୋରୋନା ଭାଇରସ ବ୍ୟାପିବାରେ ମଣିଷର ହିଁ ହାତ ରହିଛି। ମଣିଷର ଦାୟିତ୍ବହୀନତା ପାଇଁ ଏହି ଭାଇରସ ସାରା ବିଶ୍ବରେ ତାଣ୍ଡବ କରୁଛି। ତେଣୁ ସମସ୍ତଙ୍କୁ ମିଳିମିଶି ଏହାକୁ ସାମ୍ନା କରିବାକୁ ପଡ଼ିବ। ଏଥିପାଇଁ ସାମାଜିକ ଦୂରତା ରଖିବା ସହିତ ମାସ୍କ ପିନ୍ଧିବା, ହାତ ସଫା ରଖିବା ଓ ସରକାରଙ୍କ ସବୁ ନିୟମ ପାଳନ କରିବା ଲାଗି ଏହି ଶର୍ଟ ଫିଲ୍ମରେ ପରାମର୍ଶ ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ