କୋଭିଡ – ୧୯ ନିୟମକୁ ଉଲ୍ଲଂଘନ ; ଶୁଦ୍ଧିକ୍ରିୟା ଭୋଜି ବନ୍ଦ କଲା ପ୍ରଶାସନ

ଦିଗପହଣ୍ଡି,(ଓ୍ବାଇଏନ୍ଏସ୍):ଦିଗପହଣ୍ଡି ବ୍ଳକ ଭ୍ରମର ପୁର ପଞ୍ଚାୟତ ନାରାୟଣ ପୁର ଗାଁ ର ପିଣ୍ଟୁ ଗୌଡ ଏବଂ ଶ୍ରୀଧର ଗୌଡ କୋଭିଡ – ୧୯ ନୀତି ନିୟମକୁ ଉଲଂଘନ କରି ଏକଦଶାହ ଶୁଦ୍ଧିକ୍ରିୟା ଭୋଜି କରିଥିଲେ। ପିଣ୍ଟୁ ଙ୍କ ମାଆ ମୃତ୍ୟୁ ବରଣ କରିଥିବା ବେଳେ ଶ୍ରୀଧର ଙ୍କ ବାପା ମୃତ୍ୟୁବରଣ କରିଥିବାରୁ ସେମାନେ ଭୋଜି ଆୟୋଜନ କରିଥିଲେ। ଖବର ପାଇ ସନ୍ଧ୍ୟା ପ୍ରାୟ ସାଢେ଼ ୭ ଟାରେ ଦିଗପହଣ୍ଡି ତହସିଲଦାର ତଥା ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ ଅଦ୍ଵୈତ କୁମାର ସ୍ବାଇଁ,ଅତିରିକ୍ତ ତହସିଲଦାର କଳାକୃଷ୍ଣ ପ୍ରଧାନ,ନୂଆପଡ଼ା ପୋଲିସ ଫାଣ୍ଡି ଏ ଏସ ଆଇ କ୍ଷୀରୋଦ ଚନ୍ଦ୍ର ବେହେରା ଙ୍କ ନେତୃତ୍ୱରେ ରେ ତହସିଲ ଏନ୍ଫୋର୍ସମେଣ୍ଟ ସ୍କୁଆର୍ଡ଼ ଗାଁ ରେ ଅତର୍କିତ ଚଢାଉ କରି ଭୋଜି ବନ୍ଦ କରି ଲୋକଙ୍କୁ କରୋନା ର ଭୟାବହତା ସମ୍ପର୍କରେ ସଚେତନ କରାଇଥିଲେ।ପରେ ମାରାତ୍ମକ କରୋନା ଭୂତାଣୁ ଦାଉରୁ ରକ୍ଷାପାଇବା ପାଇଁ ସରକାର ପ୍ରଣୟନ କରିଥିବା କୋଭିଡ – ୧୯ ନିୟମାବଳୀ କୁ ଉଲ୍ଲଂଘନ କରି ଭୋଜି କରିଥିବା ପିଣ୍ଟୁ ଙ୍କ ଠାରୁ ୨୦ ହଜାର ଏବଂ ଶ୍ରୀଧର ଙ୍କ ଠାରୁ ୨୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ତହସିଲଦାର ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ