କୋଭିଡ -୧୯ ନିୟମ ଉଲ୍ଲଙ୍ଘନ ଯୋଗୁଁ ଚତୁର୍ଥୀ ଭୋଜି ଅଧାରହିଲା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): କୋଭିଡ -୧୯ ନିୟମ ଉଲ୍ଲଙ୍ଘନ କରାଯାଇଥିବାରୁ ଏକ ଚତୁର୍ଥୀ ଭୋଜି ଅଧାରହିଥିବା ଜଣାପଡିଛି । ଅଭିଯୋଗ ଅନୁଯାଇ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମପଂଚାୟତର ଦୁତିଆଳ ଗ୍ରାମର ନଳିନୀ ସେନାପତିଙ୍କ ପୁଅ ରଞ୍ଜନ ସେନାପତିଙ୍କ ଚତୁର୍ଥୀ ଭୋଜି ଶୁକ୍ରବାର ଅପରାହ୍ନରେ ଚାଲିଥିବା ବେଳେ ସେହି ଭୋଜିରେ କୋଭିଡ -୧୯ ନିୟମକୁ ଉଲ୍ଲଙ୍ଘନ କରାଯାଇ ସାମାଜିକ ଦ୍ୱରତ୍ୱ ରକ୍ଷା କରାନଯିବା ଏବଂ ମୁହଁରେ ମାସ୍କ ପିନ୍ଧିନଥିବା ସମ୍ପର୍କରେ ଆରକ୍ଷୀ ଅଧିକ୍ଷକ ନୀତି ଶେଖର ଖବରପାଇ ସଦର ଥାନାକୁ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦେଇଥିଲେ । ସଦର ଥାନା ଭାରପ୍ରାପ୍ତ ଇନିସପେକ୍ଟର ପ୍ରମୋଦ କୁମାର ମଲ୍ଲିକ ସଙ୍ଗେ ସଙ୍ଗେ ଦୁତିଆଳ ଗ୍ରାମକୁ ପୋଲିସ ଫୋର୍ସ ପଠାଇ ନଳିନୀ ସେନାପତି ଓ ରଞ୍ଜନ ସେନାପତିଙ୍କ ସମେତ ଅନ୍ୟ ୨ଜଣଙ୍କୁ ଥାନାକୁ ନେଇଆସିଥିଲେ । ଫଳରେ ଚତୁର୍ଥୀ ଭୋଜି ଅଧାରହିଯାଇଥିଲା । ପରେ ଏନେଇ ଏକ ମାମଲା ସଦର ଥାନାରେ ରୁଜୁ କରାଯିବା ସହ ଥାନାରେ ଅଟକ ବର ରଞ୍ଜନ , ବରବାପା ଓ ଅନ୍ୟ ଦୁଇଜଣଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ଛାଡି ଦିଆଯାଇଥିବା ସଦର ଥାନା ସୁତ୍ରରୁ ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ