କୋଭିଡ-୧୯: ସର୍ବାଧିକ ପ୍ରଭାବିତ ରାଷ୍ଟ୍ର ତାଲିକାରେ ଭାରତ ଦ୍ବାଦଶ

ନୂଆଦିଲ୍ଲୀ: କୋରୋନା ପ୍ରଭାବିତ ସର୍ବାଧିକ କ୍ଷତିଗ୍ରସ୍ତ ରାଷ୍ଟ୍ର ତାଲିକାରେ ଭାରତ ଦ୍ବାଦଶ ସ୍ଥାନକୁ ଉନ୍ନୀତ ହୋଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ତାଲିକାରେ ବୁଧବାର ସକାଳ ସୁଦ୍ଧା ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୭୪ ହଜାର ୨୮୧ରେ ପହଞ୍ଚିଛି। ଏଥିସହ ଦେଶରେ କୋରୋନାଜନିତ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୨୪୧୫ରେ ପହଞ୍ଚିଛି। ଫଳରେ ଭାରତ କୋରୋନା ଆକ୍ରାନ୍ତ ତାଲିକାରେ ପ୍ରଭାବିତ ରାଷ୍ଟ୍ର କାନାଡ଼ାକୁ ଟପି ଯାଇଛି। କାନାଡାର ଆକ୍ରାନ୍ତଙ୍କ ସଂଖ୍ୟା ୬୯ ହଜାର ୧୫୬ ରହିଥିଲା ବେଳେ ଏବେ ଭାରତ ଉପରକୁ ଚୀନ ରହିଛି। ତେଣୁ ଆଗକୁ ଭାରତ ମଧ୍ୟ ଚୀନକୁ ଆକ୍ରାନ୍ତ ତାଲିକାରେ ଟପିବା ଏକପ୍ରକାର ନିଶ୍ଚିତ ହୋଇଛି। ଚୀନରେ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୮୪ ହଜାର ୪୫୧ରେ ପହଞ୍ଚିଛି।
ଏହି ଆକ୍ରାନ୍ତ ତାଲିକାରେ ଆମେରିକା ସବୁଠାରୁ ଆଗରେ ରହିଛି। କାରଣ ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ୧.୪ ନିୟୁତରୁ ଅଧିକ ରହିଛି। ଆମେରିକା ପଛକୁ ସ୍ପେନ, ରୁଷିଆ, ବ୍ରିଟେନ, ଇଟାଲୀ, ଫ୍ରାନ୍ସ, ବ୍ରାଜିଲ, ଜର୍ମାନୀ, ତୁର୍କୀ ଓ ଇରାନ ରହିଛନ୍ତି। ତେଣୁ ଲୋକସଂଖ୍ୟା ଦୃଷ୍ଟିରୁ ଭାରତ ଏହିସବୁ ରାଷ୍ଟ୍ରଙ୍କ ମଧ୍ୟରେ ବହୁତ ବଡ଼ ହୋଇଥିବାରୁ କୋରୋନା ଆକ୍ରାନ୍ତ ତାଲିକାରେ ଦିନେ ଶୀର୍ଷକୁ ଉନ୍ନୀତ ହେବା ସମ୍ଭାବନାକୁ ଏଡ଼ାଇ ଦେଇ ହେବ ନାହିଁ ବୋଲି କୁହାଯାଉଛି। ମାତ୍ର ଭାରତରେ ପ୍ରାଣ ହରାଉଥିବା ଲୋକଙ୍କ ହାର ଅନ୍ୟାନ୍ୟ ଦେଶଠାରୁ କମ୍ ରହିଛି, ଯାହା ଆମ ପାଇଁ ଆଶ୍ବସ୍ତିର ବିଷୟ ବୋଲି କୁହାଯାଉଛି।
ରାଜ୍ୟମାନଙ୍କ ତାଲିକା ଉପରେ ନଜର ପକାଇଲେ ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୨୪ ହଜାର ୪୨୭ରେ ପହଞ୍ଚିଛି। ଗୁଜରାଟରେ ୮ ହଜାର ୯୦୩, ତାମିଲନାଡୁରେ ୮ ହଜାର ୭୧୮ ଓ ଦିଲ୍ଲୀରେ ୭ ହଜାର ୬ ୩୯ ଲୋକ ଆକ୍ରାନ୍ତ ହୋଇଛନ୍ତି। ୫ ଶହରୁ ଅଧିକ ଆକ୍ରାନ୍ତ ହୋଇଥିବା ରାଜ୍ୟାମାନଙ୍କ ତାଲିକା ଦେଖିଲେ ଆନ୍ଧ୍ର ପ୍ରଦେଶରେ ୨୦୯୦, ବିହାରରେ ୮୩୧, ହରିୟାଣାରେ ୭୮୦, ଜମ୍ମୁ-କଶ୍ମୀରରେ ୯୩୪, କେରଳରେ ୫୨୪, ଓଡ଼ିଶାରେ ୫୩୮, ପଞ୍ଜାବରେ ୧୯୧୪, ରାଜସ୍ଥାନରେ ୪୧୨୬, ତେଲେଙ୍ଗାନାରେ ୧୩୨୬, ଉତ୍ତର ପ୍ରଦେଶରେ ୩୬୬୪ ଓ ପଶ୍ଚିମବଙ୍ଗରେ ୨୧୭୩ ଲୋକ ଆକ୍ରାନ୍ତ ହୋଇ ସାରିଲେଣି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ