କୋଭିଦ-୧୯ର ସବିଶେଷ ସୂଚନା

ନୂଆଦିଲ୍ଲୀ : ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସହ ମିଶି କୋଭିଦ-19ର ମୁକାବିଲା ଲାଗି ଭାରତ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ସର୍ବୋଚ୍ଚ ସ୍ତରରେ ଏଗୁଡ଼ିକର ନିୟମିତ ସମୀକ୍ଷା ଓ ତଦାରଖ କରାଯାଉଛି । ଦେଶବାସୀଙ୍କୁ ଉଦବୋଧନ ଦେବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିମ୍ନୋକ୍ତ ୭ଟି ବିଷୟ ଉପରେ ଉପରେ ଜନସାଧାରଙ୍କ ସହଯୋଗ ପାଇଁ ନିବେଦନ କରିଛନ୍ତି । ପ୍ରଥମ ବିଷୟ: ଘରେ ଥିବା ବୟସ୍କ ଓ ବିଶେଷ କରି ନୀରବଚ୍ଛିନ୍ନ ବ୍ୟାଧିରେ ପୀଡିତ ବ୍ୟକ୍ତିମାନଙ୍କର ସ୍ଵତନ୍ତ୍ର ଯତ୍ନ ନିଅନ୍ତୁ । କରୋନା ସଂକ୍ରମଣରୁ ସେମାନଙ୍କୁ ନିରାପଦ ରଖିବା ପାଇଁ ଆମକୁ ଅତିରିକ୍ତ ଯତ୍ନ ନେବାକୁ ପଡିବ । ଦ୍ଵିତୀୟ ବିଷୟ: ଲକଡାଉନର ଲକ୍ଷ୍ମଣ ରେଖା ଓ ସାମାଜିକ ଦୂରତ୍ଵର କଡାକଡି ଅନୁପାଳନ । ଘରତିଆରି ମାସ୍କର ନିଶ୍ଚିତ ବ୍ୟବହାର । ତୃତୀୟ ବିଷୟ: ଆୟୁଷ ମନ୍ତ୍ରଣାଳୟ ଦ୍ଵାରା ରୋଗ ପ୍ରତିଷେଧକ ନିୟମାବଳୀର ଅନୁପାଳନ । ନିୟମିତ ଭାବେ ଗରମ ପାଣି ଓ କାଢା ପିଇବାର ଅନୁପାଳନ । ଚତୁର୍ଥ ବିଷୟ: କରୋନା ସଂକ୍ରମଣର ପ୍ରସାର ରୋକିବା ଦିଗରେ ଆରୋଗ୍ୟ ସେତୁ ଆପ କୁ ଡାଉନଲୋଡ କରିବା ଓ ଅନ୍ୟମାନଙ୍କୁ ଏହାକୁ ଡାଉନଲୋଡ କରିବା ପାଇଁ ପ୍ରବର୍ତ୍ତାଇବା । ପଞ୍ଚମ ବିଷୟ: ଯଥା ସମ୍ଭବ ଗରିବ ପରିବାରଗୁଡିକୁ ସାହାଯ୍ୟ କରିବା । ବିଶେଷକରି ସେମାନଙ୍କର ଖାଦ୍ୟ ଆବଶ୍ୟକତାକୁ ପୁରଣକରିବା । ଷଷ୍ଠ ବିଷୟ: ବ୍ୟବସାୟ ଓ ଶିଳ୍ପ ସଂସ୍ଥାରେ କାର୍ଯ୍ୟ କରୁଥିବା ଲୋକଙ୍କ ପ୍ରତି ଦୟା ପ୍ରଦର୍ଶନ କରି ସେମାନଙ୍କୁ ଜୀବିକାରୁ ବଞ୍ଚିତ ନକରିବା । ସପ୍ତମ ବିଷୟ: ଆମର ଡାକ୍ତର, ନର୍ସ, ସଫେଇ ଓ ପୁଲିସ କର୍ମଚାରୀମାନଙ୍କ ଭଳି କରୋନା ଯୋଦ୍ଧାମାନଙ୍କୁ ସମ୍ମାନ ପ୍ରଦର୍ଶନ କରିବା । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସହିତ ମିଶି ଦେଶର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ମଜବୁତ କରିବା ପାଇଁ ନିରନ୍ତର ଉଦ୍ୟମ କରୁଛନ୍ତି । ଏପର୍ଯ୍ୟନ୍ତ ୬୦୨ଟି କୋଭିଡ ହସ୍ପିଟାଲ, ୧,୦୬,୭୧୯ ଏକାନ୍ତବାସ ଶଯ୍ୟା ଓ ୧୨,୦୨୪ ଆଇସିୟୁ ଶଯ୍ୟା ବିକଶିତ କରିଛି । ଘନ ଜନବସତି ଅଞ୍ଚଳରେ କୋଭିଡ ସଂକ୍ରମଣ ରୋକିବା ପାଇଁ ଭାରତ ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା କାର୍ଯ୍ୟାଳୟ ନିୟମାବଳୀ ଜାରି କରିଛି । ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା ସହ ଗୋଷ୍ଠୀ ସୌଚାଳୟ ପରିଚାଳନା ପାଇଁ ନିୟମାବଳୀ ଏହି ମାନୁଆଲରେ ଦିଆଯାଇଛି । ଗତ କାଲି ୧୩.୦୪.୨୦୨୦ରୁ ୧,୨୧୧ଟି କୋଭିଡ ନୂଆ ସଂକ୍ରମଣ ମାମଲା ସାମନାକୁ ଆସିଥିବା ବେଳେ ୩୧ ଜଣଙ୍କ ମୃତ୍ୟୁ ହୋଇଛି । ୧,୦୩୬ ଜଣ ବ୍ୟକ୍ତି ଆରୋଗ୍ୟ ଲାଭ କରିବା ପରେ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । କୋଭିଡ ସମ୍ପର୍କିତ ବୈଷୟିକ ତଥ୍ୟ, ନିୟମାବଳୀ ଓ ମାର୍ଗଦର୍ଶିକା ସମ୍ପର୍କରେ ଅଧିକ ଜାଣିବା ପାଇଁ ନିୟମିତ ଭାବେ https://www.mohfw.gov.in/ ୱେବସାଇଟରେ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି । କୋଭିଡ-୧୯ ସମ୍ପର୍କିତ ବୈଷୟିକ ପ୍ରଶ୍ନୋତ୍ତର ପାଇଁ technicalquery.covid19@gov.in ଏବଂ ଅନ୍ୟାନ୍ୟ ପ୍ରଶ୍ନୋତ୍ତର ଜାଣିବା ପାଇଁ ncov2019@gov.inକୁ ଇ-ମେଲ କରିପାରିବେ । କୋଭିଡନେଇ ଯଦି କୌଣସି ଜିଜ୍ଞାସା ଥାଏ, ତେବେ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପ ଲାଇନ ନମ୍ବର – +୯୧-୧୧-୨୩୯୭୮୦୪୬ କିମ୍ବା ୧୦୭୫ (ଦେୟମୁକ୍ତ)କୁ ଯୋଗାଯୋଗ କରିପାରିବେ । କୋଭିଡ ଲାଗି ରାଜ୍ୟ/ କେନ୍ଦ୍ରଶାସିତ ଅଞ୍ଚଳର ହେଲ୍ପ ଲାଇନ ନମ୍ବରର ତାଲିକା https://www.mohfw.gov.in/pdf/coronvavirushelplinenumber.pdf ରେ ଉପଲବ୍ଧ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ