କୋଭିଡ଼ କଟକଣା ନମାନିଲେ କାର୍ଯ୍ୟାନୁଷ୍ଠାନ ହିଞ୍ଜିଳି ପ୍ରଶାସନିକ ଅଧିକାରୀ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):କରୋନା ସଂକ୍ରମଣ ଆଶଙ୍କା ଲେଉଟିଲାଣି । ବିଦେଶ ସମେତ ଆମ ଦେଶର ମୁମ୍ବାଇ ଓ ଅନ୍ୟାନ କେତେକ ରାଜ୍ୟରେ କରୋନା ଲେଉଟିବା ପରେ ସେଠାକାର ସରକାର ପୁଣି ଲକ୍‌ଡ଼ାଉନ ଆରମ୍ଭ କରିଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣକୁ ଏଡ଼ାଇବା ପାଇଁ ଓଡ଼ିଶା ସରକାର ମଧ୍ୟ କୋଭିଡ଼ କଟକଣାକୁ ଅଧିକ ଗୁରୁତ୍ୱ ଦେଇଛନ୍ତି । ଗଞ୍ଜାମ ଜିଲ୍ଲା ପ୍ର।।ସନ ପକ୍ଷରୁ ଶନିବାର ନୁଆଁ ଏସଓପି ଜାରି କରାଯାଇଛି । ଗଞ୍ଜାମ ଜିଲ୍ଲାର ୨ୟ ବୃହତମ ସହର ଭାବେ ପରିଗଣିତ ହିଞ୍ଜିଳିକାଟୁ ପୌରାଂଚଳ ସମେତ ସ୍ଥାନୀୟ ବ୍ଳକର ପ୍ରାୟ ସମସ୍ତ ଗ୍ରାମାଂଚଳରେ ସତେ ଯେପରିକୀ କରେନା ଭୟ ନାହିଁ । ସବୁ କଟକଣାକୁ ଲୋକେ ଭୁଲିଗଲା ପରି ଲାଗୁଛି । କୋଭିଡ଼ କଟକଣାକୁ କେହି ଗୁରୁତ୍ୱ ଦେଉନାହାନ୍ତି । ଏପରିକି ସ୍ଥାନୀୟ ପୌରାଂଚଳର ପ୍ରାୟ ୮୦% ଲୋକେ ମାସ୍କ ଓ ସାମାଜିକ ଦୂରତ୍ୱ ରକ୍ଷା କରୁନଥିବା ବେଳେ ଗ୍ରାମାଂଚଳର ପ୍ରାୟ ୯୫% ଲୋକେ ମାସ୍କ ଓ ସାମାଜିକ ଦୂରତ୍ୱ ରକ୍ଷା କରୁନଥିବା ଜଣାପଡ଼ିଛି । କରୋନାର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣକୁ ଏଡ଼ାଇବା ପାଇଁ ହିଞ୍ଜିଳି ପ୍ରଶାସନିକ ଅଧିକାରୀ ମାନେ ବର୍ତମାନ ଠାରୁ ଅଂଟା ଭିଡ଼ିଲେଣି । ଏହି ପରିପ୍ରେକ୍ଷୀରେ ସେମାବାର ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁଙ୍କ ଅଧ୍ୟକ୍ଷତାରେ କରୋନା ସଂକ୍ରମଣକୁ ପ୍ରତିହିତ କରିବା ସକାଶେ ସ୍ଥାନୀୟ ପୌର କାର୍ଯ୍ୟାଳୟ ପରିସରରେ ପୌରାଂଚଳର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନର ମାଲିକ ଓ ମନ୍ଦିର ପରିଚାଳନା କମିଟି ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ତହସିଲଦାର ପ୍ରଭାତ କୁମାର ପରିଡ଼ା, ବିଡ଼ିଓ ପ୍ରସନ କୁମାର ପାତ୍ର, ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ ପ୍ରମୁଖ ବୈଠକରେ ମଂଚାସୀନ ଥିଲେ । ସହରର ତ୍ସ୍ ବ୍ୟବସାୟିକ ପ୍ରତିଷ୍ଠାନ ମାଲିକ ଓ ମନ୍ଦିର ପରିଚାଳନା କମିଟି କୋଭିଡ଼ ଗାଇଡ଼ ଲାଇନକୁ ମାନିବାକୁ ପରାମର୍ଶ ଦିଆଯାଇଥିଲା । କୋଭିଡ଼ କଟକଣାକୁ ଅବମାନନା କଲେ ସଂପୃକ୍ତ ବ୍ୟବସାୟିକ ପ୍ରତିଷ୍ଠାନର ମାଲିକ ଓ ମନ୍ଦିର ପରିଚାଳନା କମିଟିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ଥାନୀୟ ପ୍ର।।ସନିକ ଅଧିକାରୀ ମାନେ ଚେତାବନି ଦେଇଥିଲେ । ମାସ୍କ ବ୍ୟବହାର, ସାମାଜିକ ଦୂରତ୍ୱ ରକ୍ଷାକୁ ଗୁରୁତ୍ୱାରୋପ କରାଯାଇଥିଲା । ବ୍ରବସାୟିକ ପ୍ରତିଷ୍ଠାନ ସମ୍ମୁଖରେ ବ୍ୟାରିକେଡ଼ ନିର୍ମାଣ କରିବା ସକାଶେ ପରାମର୍ଶ ଦିଆଯାଇଥିଲା । ବଡ଼ ବଡ଼ ଦୋକାନ ଗୁଡ଼ିକ ଗ୍ରାହକଙ୍କ ଥର୍ମାଲ ସ୍କ୍ରିନିଂ ଓ ବ୍ୟବସାୟିକ ପ୍ରତିଷ୍ଠାନ ସମ୍ମୁଖରେ ହ୍ୟାଣ୍ଡୱାସ୍ ଓ ସାନିଟାଇଜର ରଖିବା ସକାଶେ ପରାମର୍ଶ ଦିଆଯାଇଥିଲା । କୋଭିଡ଼ କଟକଣାକୁୁ ଅବମାନନା କଲେ ପ୍ରଶାସନ ପକ୍ଷରୁ ସହରରେ ପୁଣିଥରେ କରୋନା ସଂକ୍ରମଣ ବୃଦ୍ଧି ପାଇବ, ଯଦ୍ୱାରା ପ୍ରଶାସନ ପକ୍ଷରୁ ପୁଣିଥରେ ସହରରେ ଲକଡ଼ାଉନ, ସଟଡ଼ାଉନ ଘୋଷଣା କରାଯିବ ବୋଲି ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ସାହୁ କହିଛନ୍ତି । ଆୟୋଜିତ ବୈଠକରେ ପୌରାଂଚଳର ବହୁ ବ୍ୟବସାୟିକ ପ୍ରତିଷ୍ଠାନର ମାଲିକ ଓ ବିଭିନ୍ନ ମନ୍ଦିର ପରିଚାଳନା କମିଟି ବୃନ୍ଦ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ପୌର କନିଷ୍ଠ ଯନ୍ତ୍ରୀ ମାନସ ରଂଜନ ଦାଶ ଓ ଦିଲ୍ଲିପ କୁମାର ମିଶ୍ର ପରିଚାଳନା କରିଥିବା ବେଳେ ପୌର କର୍ମଚାରୀ ମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ