ଏସବିଆଇ ଜୀବନ ବୀମା କମ୍ପାନୀ ତରଫରୁ ୫ ଲକ୍ଷଟଙ୍କା ଚେକ୍ ପ୍ରଦାନ
ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ):ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାର ଏସବିଆଇ ଲାଇଫ ଇନସୁରାନ୍ସ ବୀମାଧାରୀ ଜାମଦା ବ୍ଲକ ତାଳଗାଁର ପରେଶ ଚନ୍ଦ୍ର ବେହେରା ଗତ କରୋନା ମହାମାରୀରେ ମୃତ୍ୟୁ ବରଣ କରଥିଲେ ।ସେ ୫ବର୍ଷ ଧରି ବୀମା ପ୍ରିମିୟମ ଦେଇଥିଲେ ।ତେଣୁ ଏସବିଆଇ ଲାଇଫ ଇନସୁରାନ୍ସ ତରଫରୁ ଏସବିଆଇ ,ରାଇରଙ୍ଗପୁରରେ ଶୁକ୍ରବାର ଦିନ ତାଙ୍କୁ ୫ଲକ୍ଷ ଟଙ୍କାର ସହାୟତା ରାଶି ଚେକ୍ ପ୍ରଦାନ କରାଯାଇଥିଲା ।ଏହି କାର୍ୟ୍ୟକ୍ରମରେ
ପିତବାସ ପାଣିଗ୍ରାହୀ କ୍ଷେତ୍ରୀୟ ପ୍ରବନ୍ଧକ,ବାରିପଦା,ସଶାନ୍ତ ମହାପାତ୍ର ମୁଖ୍ୟ ପ୍ରବନ୍ଧକ,ଭାରତୀୟ ଷ୍ଟେଟ ବ୍ୟାଙ୍କ,ରାଇରଙ୍ଗପୁର ବ୍ରାଞ୍ଚ,କୁଶ ଚନ୍ଦ୍ର ପାଢୀ,ଏରିଆ ମେନେଜର,ଏସବିଆଇ ଲାଇଫ ,ଆରବିଓ,ବାରିପଦା,ରବୀନ୍ଦ୍ରନାଥ ଦାସ ବିବିଡିଏମ,ପ୍ରଭାସ ଦାସ, ଏବଂ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ ।ସ୍ବର୍ଗତ ପରେଶ ବେହେରାଙ୍କ ତରଫରୁ ତାଙ୍କ ପୁତ୍ର ଗୌରୀ ଶଙ୍କର ବେହେରାଙ୍କୁ ଚେକ ପ୍ରଦାନ କରାଯାଇଥିଲା । ଏସବିଆଇ ଲାଇଫ ଇନ୍ସୁରାନ୍ସ ସଦା ସର୍ବଦା ନିଜର ଗ୍ରାହକ ମାନଙ୍କର ସୁଖଦୁଖର ସାଥି ହୋଇଥାଏ ।