ବାଗଦେବୀ ଉଚ୍ଚ ବିଦ୍ୟାଳୟକୁ ପ୍ରକୃତି ମିତ୍ର ପୁରସ୍କାର ପ୍ରଦାନ
କୋଦଳା, (ଗୁଲସନ କୁମାର କର): ପ୍ରକୃତିର ସଂରକ୍ଷଣ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକର ନାଇକାଣୀପଲ୍ଲୀ ସ୍ଥିତ ବାଗଦେବୀ ଉଚ୍ଚ ବିଦ୍ୟାଳୟକୁ ୨୦୨୧ ମସିହାର ପ୍ରକୃତି ମିତ୍ର ପୁରସ୍କାର ମିଳିଛି। ଏହି ସମ୍ମାନପତ୍ର ଓଡିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ସ୍ବାଧୀନତା ଦିବସ ଅଵସରରେ ଉକ୍ତ ବିଦ୍ୟାଳୟର ଇକୋକ୍ଲବ ଶିକ୍ଷକ ଶ୍ରୀ ଦୀନବନ୍ଧୁ ସ୍ବାଇଁ ଙ୍କୁ ବ୍ରହ୍ମପୁର ମୁଖ୍ୟ ବନ ସଂରକ୍ଷକ ପ୍ରଦାନ କରିବା ସହ ୨୦୦୦୦ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରିଥିଲେ। ଶ୍ରୀ ସ୍ବାଇଁ ଙ୍କ ପରିବେଶ ସୁରକ୍ଷା ସମ୍ପର୍କିତ ସଚେତନତା ଓ ବୃକ୍ଷରୋପଣ ସମ୍ବନ୍ଧୀୟ କାର୍ଯ୍ୟକୁ ମଧ୍ୟ ପ୍ରଶଂସା କରିଥିଲେ । ଆନୁଷ୍ଠାନିକ ଭାବେ ସମୁଦାୟ ୧୮ ଗୋଟି ଅନୁଷ୍ଠାନକୁ ପ୍ରକୃତି ମିତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଅମ୍ଳାନ ନାୟକଙ୍କ ସମେତ ସହକାରୀ ବନ ସଂରକ୍ଷକ ଅଶୋକ କୁମାର ବେହେରା,ଏମ. ମାଧବୀଲତା ଓ ଗଞ୍ଜାମ ଜିଲ୍ଲା ଇକୋ କ୍ଲବ ସଂଯୋଜକ ଡ଼ଃ ଶଙ୍କର ନାରାୟଣ ବେଜ ପ୍ରମୁଖ ଉପସ୍ଥିତ ଥିଲେ।


