କୋରନା ଆକ୍ରାନ୍ତ କ୍ୟାଡ଼ର ଏପିପିଙ୍କ ଅକାଳ ବିୟୋଗରେ ନିରବ ପ୍ରାର୍ଥନା

ଛତ୍ରପୁର, (ଦେବଦତ୍ତ ମହାରଣା):ନବରଙ୍ଗପୁର ଜିଲ୍ଲା ଉମରକୋଟ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଅଦାଲତରେ ଅବସ୍ଥାପିତ କ୍ୟାଡ଼ର ଏପିପି (ସହାୟକ ଅଭିଯୋଜନ ଅଧିକାରୀ)ଶ୍ରୀ ସୁକାନ୍ତ କୁମାର ପାଲଟାସିଂ ଙ୍କର ଗତ ୫ତାରିଖ ଦିବା ୧୨ଟା ସମୟରେ କୋରନାରେ ମୃତ୍ୟୁ ହୋଇଯାଇଛି। ମୃତ୍ୟୁ ବେଳକୁ ସୁକାନ୍ତଙ୍କୁ ୩୬ ବର୍ଷ ବୟସ ହୋଇଥିଲା ଓ ସେ ଅବିବାହିତ ଥିଲେ। ସମସ୍ତ କ୍ୟାଡ଼ର ପ୍ରସିକ୍ୟୁଟର ତଥା ଉମରକୋଟ ଅଞ୍ଚଳରେ ସେ ମେଳାପୀ ଓ ପରିଶ୍ରମୀ ଭାବରେ ଜଣାଶୁଣା ଥିଲେ। ତାଙ୍କର ଅକାଳ ବିୟୋଗରେ ଆଜି ସମସ୍ତ ପ୍ରସିକ୍ୟୁଟରମାନେ ମ୍ରିୟମାଣ ହୋଇପଡିଛନ୍ତି। ଆଜି ସ୍ବର୍ଗତ ପାଲଟାସିଂଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ବ୍ରହ୍ମପୁର ସ୍ଥିତ ପବ୍ଲିକ ପ୍ରସିକ୍ୟୁଟର (ଅଭିଯୋଜନ ଅଧିକାରୀ)ଙ୍କ କାର୍ଯ୍ୟାଳୟରେ ଗଞ୍ଜାମ ପବ୍ଲିକ ପ୍ରସିକ୍ୟୁଟର ଶ୍ରୀ ତ୍ରିଲୋଚନ ପରିଡ଼ାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୨ମିନିଟ ନିରବ ପ୍ରାର୍ଥନା କରାଯାଇଛି ଓ ତାଙ୍କର ସ୍ମୃତିଚାରଣ ଚାରଣ କରାଯାଇଛି।
ଏହାପରେ ବର୍ତ୍ତମାନ ପରିସ୍ଥିତିକୁ ନଜରରେ ରଖି ଶ୍ରୀ ପରିଡା କୋରନା ମହାମାରୀ ସମୟରେ କିପରି ନ୍ୟାୟାଳୟରେ ମକଦ୍ଦମା ପରିଚାଳନା କରିବା ତଥା ତଦନ୍ତରେ ତଦନ୍ତକାରୀ ଅଧିକାରୀଙ୍କୁ ସାହାଯ୍ୟ କରିବା, ତା ଉପରେ ନିଜର ମତ ରଖିଥିଲେ। ସମସ୍ତ କ୍ୟାଡ଼ର ଏପିପିଙ୍କୁ ଜଗିରଖି କାମ କରିବା ତଥା ଯଥା ସମ୍ଭବ ସାମାଜିକ ଦୂରତା ରକ୍ଷା କରି ସୁଚାରୁ ରୂପେ ଅଦାଲତ କାମ କରିବାକୁ ଶ୍ରୀ ପରିଡା ପରାମର୍ଶ ଦେବା ସହ ଗଞ୍ଜାମର ସମସ୍ତ କ୍ୟାଡ଼ର ଏପିପିଙ୍କୁ ଏକ ସାନିଟାଇଜର ବୋତଲ ଓ ମାସ୍କ ପ୍ରଦାନ କରି ଏହାର ଯଥାସମ୍ଭବ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ।  ସୂଚନାଯୋଗ୍ୟ ଯେ, ଆଜି ପର୍ଯ୍ୟନ୍ତ ୬ଜଣ କ୍ୟାଡ଼ର ଏପିପି ଓ ପବ୍ଲିକ ପ୍ରସିକ୍ୟୁଟର କୋରନା ଦ୍ୱାରା ଆକ୍ରାନ୍ତ ହେଇସାରିଲେଣି ଓ ତନ୍ମଧ୍ୟରୁ ଜଣେ ମୃତ୍ୟୁ ବରଣ କଲେଣି। ତେଣୁ ପରିସ୍ଥିତିର ଗମ୍ଭୀରତାକୁ ନଜର ରଖି ଆଜି ଏକ ଜରୁରୀକାଳୀନ ଦିଶା ନିର୍ଦ୍ଦେଶ ପବ୍ଲିକ ପ୍ରସିକ୍ୟୁଟରଙ୍କ ତରଫରୁ ଜାରି କରାଯାଇଛି।ଏହି ଶୋକସଭା ତଥା ଜରୁରୀକାଳୀନ ସଭାରେ ବିକ୍ରମ କୁଣ୍ଡ, ରାଜେଶ କୁମାର ମିଶ୍ର,ସୁଦୀପ ଦାଶ, ମାଳତୀ ପାଲ, ମୋନାଲି ରାଇସା, ଦୀପକ ସେଠି, ବିପ୍ଳବ ମୁଦୁଲି, ସରୋଜ ମଲ୍ଲିକ, ସତ୍ୟବ୍ରତ ମହାନ୍ତି, ରୂପରଂଜନ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ସୂଚନାଯୋଗ୍ୟ ଯେ, ପ୍ରଥମଥର ପାଇଁ କୌଣସି ଜିଲ୍ଲାର ପବ୍ଲିକ ପ୍ରସିକ୍ୟୁଟରଙ୍କ ତରଫରୁ ଜିଲ୍ଲାର କ୍ୟାଡ଼ର ଏପିପିଙ୍କ ସୁରକ୍ଷା ନିମନ୍ତେ ଏପରି ପ୍ରତିଷେଧକାତ୍ମକ ପଦକ୍ଷେପ ନିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ