କୋରନା ମୁକ୍ତ ରେ ଗାଜଲବାଡ଼ି
ସୋରଡ଼ା ,(ଓ୍ବାଇଏନ୍ଏସ୍) : କୋରନା ନିଜର କାୟା ପୁରା ଦେଶରେ ବିସ୍ତାର କରି ଚାଲିଛି | ଦିନକୁ ଲକ୍ଷ ଲକ୍ଷ ଲୋକ ଏଥିରେ ଆକ୍ରାନ୍ତ ହେଉଛନ୍ତି | ଓ ତା ସହ ବୋହୁ ଲୋକ ଏଥିରେ ପ୍ରାଣ ହରାଇ ସାରିଲେଣି | ଏଭଳି ମହାମାରୀ କୁ ଦେଖି ପ୍ରତି ମୁହୂର୍ତ୍ତରେ ଲୋକମାନେ ନିଜର ଜୀବନ ସହ ଲଢେଇ କରି ଡରି ଡରି ବଞ୍ଚିବାରେ ଲାଗିଛନ୍ତି | ସବୁରି ମନରେ ଗୋଟିଏ ପ୍ରଶ୍ନ କେବେ ଟୀକା ବାହାରିବ ,ଓ ଲୋକମାନେ କେବେ ଏ ମହାମାରୀରୁ ମୁକ୍ତି ପାଇବେ | କିନ୍ତୁ ବର୍ତ୍ତମାନ ସମୟରେ ଗୋଟିଏ ଆଶ୍ଚର୍ଯ୍ୟ ସୂଚନା ଟିଏ ଶୁଣିବାକୁ ମିଳୁଛି,ବର୍ତ୍ତମାନ ସମୟରେ ଗଂଜାମ ଜିଲ୍ଲା ରେ ସର୍ବାଧିକ କୋରନା ଆକ୍ରାନ୍ତ ଥିବାବେଳେ ସୋରଡ଼ାରେ ମଧ୍ୟ୍ୟ ପ୍ରାୟ ୭୦୦ ଜଣ କୋରନା ପଜିଟିଭ ଚିହ୍ନଟ ହୋଇସାରିଲେଣି | ସୋରଡ଼ା ବ୍ଲକ ରେ ୨୬ ଟି ପଞ୍ଚାୟତ ଥିବାବେଳେ ସମ୍ପୂର୍ଣ ୨୫ ଟି ପଞ୍ଚାୟତରେ କୋରନା ପଜିଟିଭ ଚିହ୍ନଟ ହୋଇସାରିଛନ୍ତି | କିନ୍ତୁ ଗାଜଲବାଡ଼ି ପଞ୍ଚାୟତ ଏଥିରୁ ଦୂରରେ ରହିଛି | ସୂଚନା ମୁତାବକ ଏହି ପଞ୍ଚାୟତରେ ଗୋଟିଏ ଭି କୋରନା ପଜିଟିଭ ଚିହ୍ନଟ ହୋଇନାହାନ୍ତି | ଏହା ସୋରଡ଼ା ବ୍ଲକ ର ଶେଷ ଭାଗରେ ଅବସ୍ଥିତ | ଏହି ପଞ୍ଚାୟତ ର ପ୍ରାୟ ଚାରି ଦିଗରେ ବଣ ପାହାଡ ସହିତ ଘଞ୍ଚ ଜଙ୍ଗଲ ରହିଛି | ଏହି ପଞ୍ଚାୟତ ର ମୋଟ ଜନସଂଖ୍ୟା ପ୍ରାୟ ୩୮୦୦ ,ଏଠାରେ ୬୦ ବର୍ଷରୁ ଉର୍ଦ୍ଧ ୩୭୦ ଜନ ବ୍ୟକ୍ତି ଅଛନ୍ତି ,ଏଠାକାର ଅଧିବାସୀ ମାନେ ବହୁତ ପୂର୍ବରୁ ହିଁ ସ୍ୱଛତା ଅବଲମ୍ବନ କରି ଆସୁଥିଲେ | ଲକଡାଊନ ସମୟରେ ମାତ୍ର ୧୩ ଜଣ ପ୍ରବାସୀ ବାହାରୁ ପଞ୍ଚାୟତ କୁ ଆସିଥିଲେ | ଏହି ବ୍ଲକ ରେ ଅନ୍ୟ ପଞ୍ଚାୟତ ର ଲୋକମନେ ମଧ୍ୟ୍ୟ ରହିଥିଲେ ,ପ୍ରଥମେ ୬୫ ଜଣ ,ଦୁତୀୟ ରେ ୭୮ ଜଣ ,ତୃତୀୟ ରେ ୨୫୪ ଜଣ ପ୍ରବାସୀ କ୍ଵାରେନଟାଇନ ରେ ରହିଥିଲେ ମଧ୍ୟ୍ୟ ଏହି ପଞ୍ଚାୟତରେ କାହାକୁ କୋରନା ହୋଇନାହିଁ | ଏହି ଗ୍ରାମର ଲୋକେ ଅଧିକ ଶିକ୍ଷିତ ନଥିଲେ ମଧ୍ୟ୍ୟ କୋରନା କଟକଣା ପାଇଁ ବହୁତ ସଚେତନ ଥିଲେ | ବର୍ତ୍ତମାନ ପର୍ଯ୍ୟନ୍ତ ଏହି ପଞ୍ଚାୟତ କୋରନା ମୁକ୍ତ ହେବାର ଏକ ଉଦାହରଣ ବୋଲି ଗ୍ରାମ ବାସିନ୍ଦା ମାନେ ସୂଚନା ଦେଇଛନ୍ତି |


