କଣ୍ଟେନମେଣ୍ଟ ଜୋନ ଉଠାଇବା ପାଇଁ ଦାବି

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଳକ ସାରଙ୍ଗଡ ପଞ୍ଚାୟତରେ ଦୀର୍ଘ ୨୮ ଦିନ ହେଲା କଣ୍ଟେନମଣ୍ଟ ଲାଗିରହି ଥିବାରୁ ପଞ୍ଚାୟତବାସୀ ଅତିଷ୍ଠହୋଇ ଏହାକୁ ଉଠେଇବା ପାଇଁ ସରପଞ୍ଚଙ୍କୁ ଏକ ଦାବିପତ୍ର ଦେଇଛନ୍ତି। ଯେହେତୁ ସରପଞ୍ଚ ସମସ୍ତ ବ୍ୟବସାୟୀ, ଖାଦ୍ୟ ସାମଗ୍ରୀ ପନିପରିବା ଯାନ କୌଣସି ପ୍ରକାର ମାଲବାହୀ ଯାନ ସାରଙ୍ଗଡ ପଞ୍ଚାୟତ ଠାରେ ଆନଲୋଡ ନ କକରିବାକୁ ଓ ଦୁଇଚକିଆ ଯାନ ପଞ୍ଚାୟତ ବାହାରକୁ ନ ଯିବାକୁ ନିର୍ଦେଶ ଦେଇଛନ୍ତି। ତେଣୁ ଲୋକେ ଅତି ଆବଶ୍ୟକୀୟ ସମଗ୍ରୀ ପନିପରିବା ଠିକ୍ ରୂପେ ପାଇପାରୁ ନାହାଁନ୍ତି। ଦର ଆକାଶଛୁଆ ହେଲାଣି ବ୍ୟବସାୟୀ ଲୁଚା ଛପା ଦେଲେ ବାରମ୍ବାର ଜୋରିମାନା ଦେବାକୁ ପଡୁଛି। ପଞ୍ଚାୟତ ତରଫରୁ ଦିଆଯାଇଥିବା ଭେଣ୍ତେରଧାରି ଏତେ ବଡ ପଞ୍ଚାୟତର ପଞ୍ଚାୟତ ବାସୀଙ୍କୁ ସୌଦା ଯୋଗାଇପାରୁନାହିଁ ତେଣୁ ଜୋରିମାନା ଦେବାହେତୁ ବ୍ୟବସାୟୀ ଖାଦ୍ୟ ଜିନିଷ ଦେଉନାହିଁନ୍ତି । ଉଠା ବ୍ୟବସାୟୀ, ମଧ୍ୟବିତ୍ତ ପରିବାର ଓ ସର୍ବସାଧାରଣ ନିଜର ଜୀବିକା ହରାଇଲେଣି, ଜିନିଷ କିଣିବା ପାଇଁ ଅର୍ଥ ନାହିଁ । ଜୀବନ ଆଗେ ବୁଝୁଥିଲେ ମଧ୍ୟ ଜୀବିକା ପାଇଁ ବାଧ୍ୟ ହୋଇ ସମସ୍ତଙ୍କ ତରଫରୁ ଏକ ଦାବି ପତ୍ର ସରପଞ୍ଚଙ୍କ ପ୍ରଦାନ କରିବାସହ ତୁରନ୍ତ ପଦକ୍ଷେପ ନ ନେଲେ ସମସ୍ତେ ରାଜରାସ୍ତାକୁ ଓହ୍ଲାଇବାକୁ ନିଷ୍ପତ୍ତି ନିଆଯାଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ