କୋରାପୁଟରେ ମଣ୍ଡଳସ୍ତରୀୟ ପ୍ରବାସୀ ଭାରତୀୟ ଦିବସ ପ୍ରତିଯୋଗିତା

କୋରାପୁଟ,(ହେମନ୍ତ ପାଣଗ୍ରାହୀ):ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ କୋରାପୁଟ ମଣ୍ଡଳସ୍ତରୀୟ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ -୨୦୨୫ ଅବସର ଉତ୍ସବରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ବରିଷ୍ଠ ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ଜାନୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ଅଷ୍ଟମ ରୁ ଦ୍ଵାଦଶ ଶ୍ରେଣୀର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ।ଆଜିର ପ୍ରତିଯୋଗିତା ଗୁଡ଼ିକର ପ୍ରସଙ୍ଗ ଥିଲା ପ୍ରବାସୀ ଭାରତୀୟଙ୍କ ଉପଲବ୍ଧି ଏବଂ ଭାରତର ବିକାଶରେ ସେମାନଙ୍କ ଅବଦାନ।ପ୍ରବନ୍ଧ ଲିଖନ,କୁଇଜ୍,ପୋଷ୍ଟର ଉପସ୍ଥାପନା ଏବଂ ସାଇକେଲ ଚାଳନା ଆଦି ପ୍ରତିଯୋଗିତାକୁ ତିନୋଟି ବର୍ଗରେ ଆୟୋଜନ କରାଯାଇଥିଲା।ପ୍ରତି ବିଭାଗରୁ ଶ୍ରେଷ୍ଠ ବିବେଚିତ ପ୍ରତିଯୋଗୀ ଚଳିତ ମାସର ଆଠ ତାରିଖ ଦିନ ଜିଲ୍ଲାସ୍ତରୀୟ ପ୍ରବାସୀ ଭାରତୀୟ ଦିବସରେ ଭାଗ ନେବ ବୋଲି ସହାୟକ ମଣ୍ଡଳ ଶିକ୍ଷା ଅଧିକାରୀ ଶିବ ପ୍ରସାଦ ରଥ ସୂଚନା ଦେଇଛନ୍ତି।ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଜୋନ -୧ ର ସଭ୍ୟ ରଘୁ ଜାନୀ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ସହାୟକ ମଣ୍ଡଳ ଶିକ୍ଷା ଅଧିକାରୀ ଯୋସନ୍ ଵେନ୍ୟା ଏବଂ ପ୍ରଧାନଶିକ୍ଷକ ହିମାଂଶୁ ଦାସ ଯୋଗ ଦେଇଥିଲେ।ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରଦୀପ କୁମାର ପାତ୍ର ମଞ୍ଚ ପରିଚାଳନା କରିଥିବା ବେଳେ ହର ମିଶ୍ର,ସୁବୋଧ ମାଝୀ,ଜ୍ୟୋତି ପାଢ଼ୀ,ସୂର୍ଯ୍ୟ ବେହେରା,ବାସୁଦେବ ଦାସ,ଦେବକିରଣ ପଟ୍ଟନାୟକ,ସୁଧୀର ଦାସ ଏବଂ ଜି ସୁରେଶ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ