କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ମୃଦୁ ଭୂମିକମ୍ପ

କୋରାପୁଟ/ ମାଲକାନଗିରି, (ହେମନ୍ତ ପାଣଗ୍ରାହୀ):କୋରାପୁଟ ଓ ମାଲକାନଗିରି ଜିଲ୍ଲା ସହିତ ସୀମାନ୍ତ ଛତିଶଗଡ଼ ରାଜ୍ୟ ସୁକୁମା ଓ ବିଜାପୁର ଜିଲ୍ଲାରେ ବୁଧବାର ସକାଳେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥଲା। ବୁଧବାର ସକାଳ ୭ଟାରୁ ୭ଟା ୩୦ମିନିଟ ସମୟ ମଧ୍ୟରେ ପ୍ରାୟ ୩ରୁ ୪ ସେକେଣ୍ଡ ଧରି ମୃଦୁ ଭୂମିକମ୍ପ ହୋଇଥିବାର ଲୋକମାନେ ଅନୁଭବ କରିଥଲେ। କୋରାପୁଟ ଜିଲ୍ଲରେ ଥିବା ୧୪ ଗୋଟି ବ୍ଳକ୍ ମଧ୍ୟରୁ କେଉଁଠି କିଛି କ୍ଷୟ, କ୍ଷତି ହୋଇନଥିବା ଘଟଣା କୋରାପୁଟ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀ ଶ୍ରୀ ଗ୍ୟାନଜିତ୍ ତ୍ରୀପାଠୀ ସୂଚନା ଦେଇଥିବା ବେଳେ କେବଳ , ଖଟ, ପଲଙ୍କ, ଟେବୁଲ, ଚେୟାର ଥରିବା ସହିତ ଟେବୁଲ ଉପରେ ଥିବା ଫୁଲ ଦାନୀ ଥରି ଥରି ତଳକୁ ଖସିପଡ଼ିଥିଲା ଏବଂ ମାଲକାନଗିରି ଜିଲ୍ଲାର କିଛି ଗ୍ରାମରେ ଘର, ଭୂଇଁ, ଖଟ, ପଲଙ୍କ, ଟେବୁଲ, ଚେୟାର ଥରିବା ସହିତ ଟେବୁଲ ଉପରେ ଥିବା ଫୁଲ ଦାନୀ ଥରି ଥରି ତଳକୁ ଖସିପଡ଼ିଥିଲା । ଏହି ଭୂମିକମ୍ପରେ କୌଣସି କ୍ଷୟକ୍ଷତି ଘଟି ନଥିବା ବେଳେ ଜିଲ୍ଲା ବାସି କିଛି ମାତ୍ରାରେ ଭୟଭୀତ ହୋଇଥିବାର ଜଣା ପଡିଛି।ସୂଚନା ଯୋଗ୍ୟ ଯେ, ଗତ ୪ବର୍ଷ ତଳେ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୂମିକମ୍ପ ହୋଇ କିଛି ମାତ୍ରାରେ କ୍ଷୟ କ୍ଷତି ଘଟିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ