କୋରାପୁଟ ଜିଲ୍ଲାରେ ହେବ ଅର୍ନ୍ତରାଷ୍ଟ୍ରୀୟ ସ୍ତରୀୟ ଆଦିବାସୀ ସଂଗ୍ରହାଳୟ

କୋରାପୁଟ,(ହେମନ୍ତ ପାଣଗ୍ରାହୀ):କୋରାପୁଟ ଜିଲ୍ଲାର ଲୋକକଳା ପରବ ୨୦୨୪ କୋରାପୁଟ ଜିଲ୍ଲାବାସୀଙ୍କ ପାଇଁ ନେଇ ଆସିଛି ବିକାଶର ବାର୍ତ୍ତା। ବିକାଶର ଅସରନ୍ତି ଭଣ୍ଡାରରେ ପରିପୂର୍ଣ ହେବ କୋରାପୁଟ ଜିଲ୍ଲା। କୋରାପୁଟ ଜିଲ୍ଲାକୁ ବିକାଶ କ୍ଷେତ୍ରରେ ୧ ନଂ ଜିଲ୍ଲା ଭାବେ ଗଢ଼ି ତୋଳିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପରବ ୨୦୨୪ ର ଉଦଘାଟନ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସେ ନିଜର ଅଭିଭାଷଣ ରଖିଛନ୍ତି। ପରବ ହେଉଛି ଆଦିବାସୀମାନଙ୍କ କଳା ସଂସ୍କୃତିର ଉତ୍ସବ। ଆଦିବାସୀମାନଙ୍କ ଲୋପ ପାଇଯାଉଥିବା ଲୋକକଳାକୁ ଉଜ୍ଜିବିତ କରିବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ, ଆଦିବାସୀ ମାନଙ୍କ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ଏହି ପରବ ମୁଖ୍ୟ ଲକ୍ଷ୍ୟ । ପ୍ରଥମ ଥରପାଇଁ ଜଣେ ଅଧିବାସୀ ମୁଖ୍ୟମନ୍ତ୍ରୀ ଭାବେ ଶ୍ରୀ ମୋହନ ଚରଣ ମାଝି ପରବ ଉତ୍ସବ ରେ ଯୋଗ ଦେଇଥିବାରୁ ଓଡ଼ିଶା ଇତିହାସ ରେ ଏହା ଲିପିବଦ୍ଧ ହୋଇ ରହିବ। ମୁଖ୍ୟମନ୍ତ୍ରୀଙ୍କ ପରବ ରେ ଉପସ୍ଥିତିକୁ ନେଇ କୋରାପୁଟ ଜିଲ୍ଲାପାଳ ଏବଂ ସାରା ଜିଲ୍ଲାବାସୀ ମୂଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହି ଉତ୍ସବରେ ମୂଖ୍ୟମନ୍ତ୍ରୀ କୋରାପୁଟ ଜିଲ୍ଲାର ବିଭିନ୍ନ କ୍ଷେତ୍ରର ବିକାଶ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଯଥା ଗ୍ରୁପ୍ ସି ଓ ଗ୍ରୁପ୍ ଡି ଅଧିନରେ ଜିଲ୍ଲା ଭିତ୍ତିକ ନିଯୁକ୍ତି ଦେବା, କୋରାପୁଟ ଜିଲ୍ଲାର ସମସ୍ତ ପର୍ଯ୍ୟଟନ ସ୍ଥଳିର ବିକାଶ, ଦିନବେଳେ ଜୟପୁର ଠାରୁ ରାଜଧାନୀକୁ ରେଳ ସେବା ଆରମ୍ଭ, କୋରାପୁଟ ଜିଲ୍ଲାରୁ ସମସ୍ତ ବିମାନ ବନ୍ଦରକୁ ବିମାନ ଉଡାଣ, କଳକାରଖାନା ର ଅଭିବୃଦ୍ଧି, ଟୁରିଯିମ୍ ର ବିକାଶ ଇତ୍ୟାଦି ଏବଂ ପରବର ଉଦଯାପନୀ ଦିବସରେ ମୂଖ୍ୟ ଅତିଥି ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେଇ କୋରାପୁଟ ଜିଲ୍ଲାରେ ଏକ ଅର୍ନ୍ତରାଷ୍ଟ୍ରୀୟ ସ୍ତରୀୟ ସଂଗ୍ରହାଳୟ କରାଯିବ ବୋଲି ଘୋଷଣା କରିବା ସହ କୋରାପୁଟ ଜିଲ୍ଲାକୁ ପର୍ଯ୍ୟଟନର ହବ୍ କରାଯିବବୋଲି ସେ କହିଛନ୍ତି। କୋରାପୁଟ ଜିଲ୍ଲାପାଳ ଯେତେ ଶୀଘ୍ର ଡିପିଆର୍ ପ୍ରସ୍ତୁତି କରିବେ ଉକ୍ତ କାର୍ଯ୍ୟକ୍ରମକୁ ଅତି ଶୀଘ୍ର ଆରମ୍ଭ କରାଯିବ ବୋଲି ସେ କହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ