କୋଟପାଡ ବ୍ଳକ୍ ଗସ୍ତରେ ପର୍ଯ୍ୟଟନ ସଚୀବ ବଲବନ୍ତ୍ ସିଂ
କୋରାପୁଟ,(ହେମନ୍ତ ପାଣିଗ୍ରାହୀ):କୋରାପୁଟ ଜ଼ିଲ୍ଲା କୋଟପାଡ଼ ବ୍ଲକର ସୁନାରବେଲି ନୂଆଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡଙ୍ଗରି ଗୁଡା ଗ୍ରାମରେ ଥିବା ବୁଣାକାରଙ୍କ ସାଧାରଣ ସୁବିଧା କେନ୍ଦ୍ର ପରିଦର୍ଶନ କଲେ ପର୍ଯଟନ ସଚିବ ବଲବନ୍ତ ସିଂ ।ସଚିବ ପହିଂଚିବା ମାତ୍ରେ ଗ୍ରାମବାସୀ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ ଓ ସମ୍ବର୍ଧନା କରିଥିଲେ।ଏହା ପରେ ବୁଣାକାର ଟଙ୍କଧର ତନ୍ତିଙ୍କ ଘରକୁ ଯାଇ ଥିଲେ ସଚୀବ।କୋରାପୁଟ ଜ଼ିଲ୍ଲା ହସ୍ତତନ୍ତ ବିକାଶ ଯୋଜନା ୨୦୧୭/୧୮ ମସିହାରେ ନିର୍ମିତ ହୋଇଥିବା ଡ଼ଙ୍ଗରୀଗୁଡା ତନ୍ତ ବାୟ ସହଯୋଗ ସମିତିର ବୁଣାକାର ସୁବିଧା କେନ୍ଦ୍ରକୁ ପରୀଦର୍ଶନ କରିବା ସହ ବୁଣାକାର ମାନଙ୍କ ସହ ଆଲୋଚନା କରି ଥିଲେ। ମୂଖ୍ୟତଃ ସୋସାଇଟିର ଉନ୍ନତିକୁ ନେଇ ଆଲୋଚନା ହୋଇଥିବାର ଜଣାଯାଇଛି।ଉପ ମୁଖ୍ୟ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ନିର୍ଦେଶ କ୍ରମେ ପର୍ଯଟନ ସଚିବଙ୍କ ଗସ୍ତ ସମୟରେ ଜ଼ିଲ୍ଲାପାଳ ଭି କିର୍ତ୍ତୀ ଭାସନ,ଗୋଷ୍ଟି ଉନ୍ନୟନ ଅଧିକାରୀ ବିକ୍ରମ ଦୋରା, ତହସିଲଦାର, ବିଧାୟକ ରୁପୁ ଭତରା, ସାଂସଦ ପ୍ରତିନିଧି ରମେଶ୍ୱେର ଜେନା,ରାଜସ୍ୱ ନିରୀକ୍ଷକ ସଙ୍କର ଭତରା,ମନୋଜ ଭତରା,ସହକାରୀ ଯନ୍ତ୍ରୀ ସନ୍ତୋଷ ବାଗସିଂ,ବିନାୟକ ଆଚାର୍ଯ୍ୟ,ସରପଞ୍ଚ ଦେବ ମାଝୀ, ସମିତି ସଭ୍ୟା ଶ୍ରୀଦେବୀ ରାଓଙ୍କ ସମେତ ବହୁ ବୁଣାକାର ପ୍ରମୁଖ ଉପସ୍ଥିତ ଥିଲେ I


