କୋରାପୁଟ ଜିଲ୍ଲାର ବିଜେପି ମଣ୍ଡଳ ସଭାପତିଙ୍କ ନାମ ଘୋଷଣା

କୋରାପୁଟ,(ହେମନ୍ତ ପାଣଗ୍ରାହୀ)କୋରାପୁଟ ଜିଲ୍ଲା ବିଜେପିର ୧୯ ଜଣ ମଣ୍ଡଳ ସଭାପତି ଓ ଜିଲ୍ଲା ପାଇଁ ମଣ୍ଡଳ ପ୍ରତିନିଧିଙ୍କ ନାମ ଘୋଷଣା କରାଯାଇଥିବା ଜଣାପଡ଼ିଛି।ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ ଷଡ଼ଙ୍ଗୀ ଏକ ଚିଠି ମାଧ୍ୟମରେ କୋରାପୁଟ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଜଣାଇଛନ୍ତି। କୋରାପୁଟ ଜିଲ୍ଲା ସହ ନିର୍ବାଚନ ଅଧିକାରୀ ତ୍ରିନାଥ ପଣ୍ଡା ଓ ଜିଲ୍ଲା ସଭାପତି ସୁମନ୍ତ କୁମାର ପ୍ରଧାନ ଏକ ପ୍ରେସ ଇସ୍ତାହାରରେ ମଣ୍ଡଳ ସଭାପତି ମାନଙ୍କ ନାମ ସୁଚିତ କରିଛନ୍ତି । ଜିଲ୍ଲାର ୪ ଗୋଟି ସହରାଞ୍ଚଳ ମଣ୍ଡଳ ସଭାପତିଙ୍କ ନାମ ହେଲା -କୋଟପାଡ଼ ଏନଏସି ପାଇଁ ଗିରୀଶ ପ୍ରସାଦ ପାଢ଼ୀ ଜୟପୁର ପାଇଁ ଏସ ମନୋଜ କୁମାର ,ସୁନାବେଡ଼ା ନଗର ପାଇଁ ଟୁନା ଖରା,କୋରାପୁଟ ନଗର ପାଇଁ ୱାଇ ସତ୍ୟନାରାୟଣ। ବୋରିଗୁମ୍ମା ପାଇଁ ବିଘ୍ନେଶ୍ୱର ଷଡ଼ଙ୍ଗୀ, ମାଛକୁଣ୍ଡ ପାଇଁ ଧନେଶ୍ଵର ଖେମୁଣ୍ଡୁ, କୋଲାର ପାଇଁ ମୋହନ ଲାଲ ଅଦାରି, କୁନ୍ଦ୍ରା ପାଇଁ ପଦ୍ମନାଭ ବିଶୋଇ, ପଟ୍ଟାଙ୍ଗୀ ପାଇଁ ନରସିଂହ ବାଙ୍କା, ଲମତାପୁଟ ପାଇଁ ରଞ୍ଜିତ ଖରା, ବୈପାରିଗୁଡା ପାଇଁ ରାଜେନ୍ଦ୍ର କୁମାର ଗୌଡ଼, ଦଶମନ୍ତପୁର ପାଇଁ ଦିଲିପ ବାଘ, ମହାଦେଇପୁଟ ପାଇଁ ରାମଚନ୍ଦ୍ର ପାତ୍ର, ଗୀର୍ଲା ପାଇଁ ସୁରେନ୍ଦ୍ର ଗାଦବା ,ଦିଗାପୁର ପାଇଁ ଧନପତି ପରଜା, କାକିରିଗୁମ୍ମା ପାଇଁ ଶର୍ମା ହିକକା, ଶଶାହାଣ୍ଡି ପାଇଁ ଚକ୍ରଧର ଗାଦବା, ପୋଡାଗଡ ପାଇଁ ସୀତାରାମ ରାୟ ଏବଂ ନାରାୟଣପାଟଣା ପାଇଁ କାଶୀନାଥ ହିକକା ପ୍ରମୁଖ ନିର୍ବାଚିତ ହୋଇଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ