କୋରାପୁଟ ଜିଲ୍ଲା ଅଟଳ ସେନା ଚିନ୍ତନ ପରିଷଦ ଉପାଧ୍ୟକ୍ଷ ଙ୍କ ପର ଲୋକ
କୋରାପୁଟ (ହେମନ୍ତ ପାଣଗ୍ରାହୀ) ହୃତଘାତ ରେ ଟଳି ପଡିଲେ ନନ୍ଦପୁର ର ଜମାଇ ରାଜା।କୋରାପୁଟ ଜିଲ୍ଲା ଅଟଳ ସେନା ର ଚିନ୍ତନ ପରିଷଦ ଉପାଧ୍ୟକ୍ଷ ବୈକୁଣ୍ଠ ଚୌଧୁରୀ ଙ୍କ ପର ଲୋକ ହୋଇ ଯାଇଛି। ତାଙ୍କ ମୃତ୍ୟୁ ଖବର ନନ୍ଦପୁର ସମେତ ଜିଲ୍ଲା ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇ ଥିବା ବେଳେ ଗଭୀର ଶୋକ ପ୍ରକାଶ କରିଛନ୍ତି ରାଜ୍ୟ ଅଟଳ ସେନା ସଭାପତି ଦିବାକର ପ୍ରଧାନ।ସ୍ବର୍ଗତ ଆତ୍ମା ର ଶଦଗତି କାମନା କରିବା ସହ ଶୋକ ସନ୍ତାପ ପରିବାର ଙ୍କୁ ସମବେଦନା ଜଣାଇଛନ୍ତି l ସୂଚିତ ନନ୍ଦପୁର ସଦର ମହକୁମାର ବିଶିଷ୍ଟ ବ୍ୟବସାୟ ଚିଟି ପଟି ବାବୁ ଙ୍କ ବଡ ବା ଜୁଆଁଇ ବୈକୁଣ୍ଠ ଚୌଧୁରୀ ତଥା ନନ୍ଦପୁର ଜମାଇ ରାଜା ସ୍ବର୍ଗତ ଚୌଧୁରୀ ଙ୍କ ଦେହ ଅସୁସ୍ଥ ହେବା ରୁ ତାଙ୍କୁ ପ୍ରଥମେ ଲମତା ପୁଟ ସ୍ଥିତ ଆଶା କିରଣ ମେଡିକାଲ ରେ ଭର୍ତ୍ତି କରାଯାଇ ଥିବା ବେଳେ ସେଠାରୁ ଆନ୍ଧ୍ର ପ୍ରଦେଶ ର ଆପୋଲ ମେଡିକାଲ ରେ ଭର୍ତ୍ତି କରା ଜାଇଥିଲା। ଚିକିତ୍ସା ଚାଲିଥିବା ସମୟ ରେ ଦୁଇ ଥର ହୃଦ୍ର ଘାତ ହୋଇଥିବା ବେଳେ ଡାକ୍ତର ଙ୍କ ସତ ଚେଷ୍ଠା ସ୍ଵତେ ଗୁରୁବାର ମଧ୍ୟ ରାତ୍ର ରେ ତାଙ୍କ ନିଶ୍ବାସ ବନ୍ଦ୍ ହୋଈ ଯାଇଥିଲା। ମୃତୁ ବେଳକୁ ତାଙ୍କ ପାଖରେ ତାଙ୍କ ଧର୍ମ ପତ୍ନୀ ଓ ଦୁଇ ପୁଅ ଲିଙ୍କ ରାଜ ଚୌଧୁରୀ, ଲୋକ ନାଥ ଚୌଧୁରୀ ରହିଥିଲେ l ଏହି ଖବର ପ୍ରସାରିତ ହେବା ପରେ ଅଞ୍ଚଳରେ ଶୋକା କୁଳ ପରିବେଶ ସୃଷ୍ଠି ହେବା ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତଥା ନନ୍ଦପୁର ପୂର୍ବତନ ସରପଂଚ ଜଗନ୍ନାଥ ପାଙ୍ଗି, ନନ୍ଦପୁର ବ୍ଲକ ସାଂସଦ ପ୍ରତିନିଧି ଗୋପାଳ ମାଟାମା, ସାମାଜିକ କର୍ମୀ ମୁନା ଦଳପତି, ସମାଜସେବୀ ଯୁଧିଷ୍ଠିର ଖରା, ବିଜେଡି ବ୍ଲକ ସଭାପତି କାଶୀନାଥ ଗୋଲାରି, ଡାକ୍ତର ଦୃବ୍ ରାଜ ମୁର୍ମୁ, ବିରଜା ଶଙ୍କର ବେହେରା, ତରୁଣ କୁମାର ସେଠୀ ସମେତ ଅଞ୍ଚଳ ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ବନ୍ଧୁ ବର୍ଗ ସହ ସୋଣ୍ଡିକ ସମାଜ ର ସମସ୍ତ ଜନ ସାଧାରଣ ନନ୍ଦପୁର ସ୍ଥିତ ବାସ ଭବନ ରେ ପହଞ୍ଚି ସ୍ବର୍ଗତ ଚୌଧୁରୀ ଙ୍କ ଶେଷ ଦର୍ଶନ କରିବା ସହ ଶକ ସନ୍ତାପ ପରିବାର ଙ୍କୁ ସମବେଦନା ଜଣାଇ ଥିଲେ l ଶୋକା କୂଳ ପରିବେଶ ରେ ଗଙ୍ଗା ଶାଉନି ଶ୍ମଶାନ ଘାଟ ରେ ଶେଷ କୃତ୍ ସମ୍ପନ୍ନ କରାଯାଇ ଥିଲା।